ମାଡ଼ି ଆସୁଛି ଅତି ଭୀଷଣ ବର୍ଷା! ଏହିସବୁ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ସତର୍କ ରୁହନ୍ତୁ ଆହୁରି ବର୍ଷିବ।
ଭୁବନେଶ୍ୱର: ମାଡ଼ି ଆସୁଛି ଅତି ଭୀଷଣ ବର୍ଷା! ରାଜ୍ୟର ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାରେ ଭୀଷଣରୁ ଅତିଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ରହିଛି।
ଆଉ ସେହିସବୁ ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ସମ୍ୱଲପୁର ଓ ସୋନପୁର। ଏହାସହ ୧୯ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ଏହାସହ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଯଦି ଦେଖିବା ୪ ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି।
ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ୱରରେ ୧୧୨.୩ ମିମି ବର୍ଷା ରେକର୍ଡ କରାଯାଇଛି।
୨୪ ଘଣ୍ଟା ମଧ୍ୟରେ ୧୧୨ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ଚାନ୍ଦବାଲିରେ ୬୪.୬ ମିମି, ପୁରୀରେ ୫୫.୭ ମିମି ବର୍ଷା ରେକର୍ଡ ହୋଇଛି।


