fbpx

୩୦ହଜାର କିଲୋ ମିଟର ଯାତ୍ରା କରି, ସବୁଠାରୁ ଲମ୍ବା ଫୁଡ ଡେଲିଭରୀ ର ରେକର୍ଡ ସୃଷ୍ଟି କରିଲେ ମହିଳା

ସିଙ୍ଗାପୁର: ସମାଜରେ ସବୁବେଳେ ନାରୀ ମାନଙ୍କୁ ଅବଳା ଦୁର୍ବଳାର ପରିଚୟ ଦିଆଯାଇ ଆସୁଥିବା ବେଳେ, ଏବେ ଯୁଗ ବଦଳିଲାଣି । ନାରୀମାନଙ୍କ ଚାଲିଚଳନିରେ ସୁଧାର ଆସିଛି । ବର୍ତ୍ତମାନ ନାରୀମାନେ ଟଙ୍କା ରୋଜଗାର କରିବା ସହିତ ବିଭିନ୍ନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରି ଚାଲିଛନ୍ତି । ସେହିପରି ସିଙ୍ଗାପୁରର ଜଣେ ମହିଳା ଆଣ୍ଟାର୍ଟିକାରେ ଗ୍ରାହକ ମାନଙ୍କୁ ଖାଦ୍ୟ ଦେବା ପାଇଁ ବହୁତ ବାଟ ଚାଲିଯାଇଥିଲେ ।

ସେ ୩୦,୦୦୦ କିମି ଏବଂ ୪ଟି ମହାଦ୍ୱୀପ ପାରିକରି ସିଙ୍ଗାପୁରରୁ ଆର୍ଣ୍ଟାଟିକା ଯାତ୍ରା କରିଥିଲେ । ଏତେ ବାଟ ଯାତ୍ରା କରି ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ ଦୁନିଆର ସବୁଠାରୁ ଲମ୍ବା ଫୁଡ ଡେଲିଭରୀର । ତେବେ ସେ ଜଣକ ହେଉଛନ୍ତି ମାନସା ଗୋପାଳ । ସେ ଯେତେବେଳେ ଆର୍ଣ୍ଟାଟିକାରେ ପହଁଚିଥିଲେ ସେତେବେଳେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ ।

ପ୍ରଥମେ ସିଙ୍ଗାପୁରରୁ ହାମବର୍ଗ ଯାତ୍ରା କରିଥିଲେ । ଏହାପରେ ମାନସା ଭ୍ୟୁନୋସ ଆଇରେସ ଏବଂ ଉଷୁଆଇୟା ଏବଂ ଏହାପରେ ସେ ଆଣ୍ଟାର୍ଟିକା ଯାତ୍ରା କରିଥିଲେ । ଏହିଯାତ୍ରାରେ ସେ ବହୁ ବାଧା ବିଘ୍ନ ଅଳିଆ ଆବର୍ଜନା ପୂର୍ଣ୍ଣ ରାସ୍ତା ପାର କରିଥିଲେ ।ତେବେ ସେ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଆଜି ମୁଁ ସିଙ୍ଗାପୁରରୁ ଆର୍ଣ୍ଟାଟିକା ଯାତ୍ରା କରି ଏକ ଫୁଡ ଡେଲିଭରୀ କରିଛି । ଏହାକୁ ପୁରା କରିବା ପାଇଁ @foodpandasg ରେ ଲୋକ ମାନଙ୍କ ସହ ସହଭାଗିତା ହେବାକୁ ଚାହୁଁଚି ।

ଏହି ଭିଡିଓରେ ୩୮,୦୦୦ରୁ ଅଧିକ ଲୋକେ ଦେଖିବା ସହ ଆଶ୍ଚର୍ଯ୍ୟ ହୋଇ କମେଣ୍ଟ କରିଛନ୍ତି ଏହା ଏକ ଅବିଶ୍ୱସନୀୟ ଘଟଣା । କିନ୍ତୁ ସେ ଏତେ ବାଟ ଅତିକ୍ରମ କରି ଏକ ଫୁଡ ଡେଲିଭରୀର ରେକର୍ଡ ସୃଷ୍ଟି କରିଛନ୍ତି । ଏହା ଇତିହାସରେ ପ୍ରଥମଥର ପାଇଁ ମାନସା ରେକର୍ଡ କରିଛନ୍ତି ।

Get real time updates directly on you device, subscribe now.