ସଞ୍ଜ ବେଳେ ଭରା କୁଆଖାଇକୁ ଡେଇଁ ପଡ଼ିଲେ ମହିଳା
ଲାଗି ରହିଥିବା ବର୍ଷାରେ ସାମାନ୍ୟ ବ୍ରେକ ଲାଗିବା ପରେ ସନ୍ଧ୍ୟା ବେଳେ ଗହଳି ଚହଳୀରେ ଫାଟି ପଡ଼ୁଥିଲା ରାଜପଥ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରାୟ ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବିପଦ ସଙ୍କେତ ଉପରେ ନଦୀ ଜଳ ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ମହିଳା ଭରା କୁଆଖାଇ ନଦୀକୁ ଡେଇଁ ପଡ଼ିଛନ୍ତି। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ।
Uttarakhand Govt.
ଲାଗି ରହିଥିବା ବର୍ଷାରେ ସାମାନ୍ୟ ବ୍ରେକ ଲାଗିବା ପରେ ସନ୍ଧ୍ୟା ବେଳେ ଗହଳି ଚହଳୀରେ ଫାଟି ପଡ଼ୁଥିଲା ରାଜପଥ। କଟକ ଓ ଭୁବନେଶ୍ୱର ସହରକୁ ଯୋଡ଼ୁଥିବା କୁଆଖାଇ ବ୍ରିଜ୍ରେ ପ୍ରବଳ ଭିଡ଼ ରହିଥିଲା। ସେହି ଗହଳି ଭିତରେ ହାଇଟେକ୍ ଛକ୍ ନିକଟସ୍ଥ ବ୍ରିଜ୍ରୁ କୁଆଖାଇ ନଦୀକୁ ଡେଇଁ ପଡ଼ିଥିଲେ ଜଣେ ମହିଳା। ଲୋକମାନେ ସଙ୍ଗେ ସଙ୍ଗେ ଏନେଇ କମିଶନରେଟ୍ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଭୁବନେଶ୍ୱର କମିଶନରେଟ ପୋଲିସ, ମଞ୍ଚେଶ୍ୱର ଓ ପାହାଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିବା ସତ୍ତ୍ୱେ ଅନ୍ଧାରରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମହିଳାଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ହେଲେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିନି। ନଦୀ ଗର୍ଭକୁ ଡେଇଁଥିବା ମହିଳା କିଏ? କାହିଁକି ଡେଇଁଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

