(VIDEO) ପାଣି ଭିତରେ ଫଟୋସୁଟ୍ କରୁଥିଲେ ମହିଳା, ହଠାତ୍ ପଛରୁ ଆସିଲା ବିଶାଳ ହ୍ୱେଲ୍ ଶାର୍କ, ଆଉ ତା’ପରେ…
ଦେଖନ୍ତୁ ପାଣି ଭିତରେ ମରଣ ସହ ମହିଳାଙ୍କ ଫଟୋସୁଟ୍।
ଓଡିଶାଭାସ୍କର: ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠି ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ଘଟଣା ଦେଖିବାକୁ ମିଳେ। ଠିକ୍ ସେହିପରି ଏବେ ଏକ ଭିଡ଼ିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯାହାକୁ ଦେଖି ନେଟିଜେନମାନେ ମଧ୍ୟ ଆବାକ୍ ହୋଇପଡିଛନ୍ତି।
ପ୍ରକୃତରେ ଥରେ ଆପଣ ଭାବନ୍ତୁ ଯେ- ସମୁଦ୍ରର ଗଭୀର ପାଣିରେ ଆପଣ ଫଟୋସୁଟ୍ କରୁଛନ୍ତି। ଆଉ ଏହି ସମୟରେ ବିଶ୍ୱର ସବୁଠାରୁ ବଡ଼ ମାଛ ହ୍ୱେଲ୍ ଶାର୍କ ହଠାତ୍ ଆପଣଙ୍କ ପଛରୁ ଆସିବ। ଏପରି ପରିସ୍ଥିତିରେ ଆପଣ କ’ଣ କରିବେ?
ସ୍ୱାଭାବିକ ଭାବରେ ଯିଏ ନାହିଁ ସିଏ ମୃତ୍ୟୁକୁ ନିଜ ଆଖି ଆଗରେ ଦେଖି ସମ୍ପୂର୍ଣ୍ଣ ଭୟଭୀତ ହୋଇଯିବେ। ଏହିପରି ଏକ ସମାନ ଘଟଣା ଫିଲିପାଇନ୍ସରୁ ଆସିଛି। ଯେଉଁଠାରେ ମୌରେନ୍ କାଲାଗୋ ନାମକ ଜଣେ ମହିଳାଙ୍କ ସହିତ ଏହା ଘଟିଛି। ଆଉ ତା’ପରେ ଯାହା ଘଟିଛି ତାହା ଦେଖିବା ଆକର୍ଷଣୀୟ।
ମୌରିନ୍ ପାଣି ତଳେ ଫଟୋସୁଟ୍ କରୁଥିଲେ ଏବଂ ବେସ୍ ମଜା ନେଉଥିଲେ। ସେ କ୍ୟାମେରା ପାଇଁ ପୋଜ୍ ଦେଉଥିଲେ, ଆଉ ହଠାତ୍ ଏତିକି ବେଳେ ଏକ ବିରାଟ ତିମି ସାର୍କ ତାଙ୍କ ପଛପଟୁ ଚୁପ୍ ଚାପ୍ ହୋଇ ଆସିଲା। ମହିଳା ଜଣକ କ’ଣ ଘଟୁଛି ତାହା ବୁଝିବା ପୂର୍ବରୁ, ସାର୍କ ତାଙ୍କ ହାତରେ ଧକ୍କା ହୋଇ ଚାଲିଗଲା।
ସାଧାରଣତଃ, ଏପରି ପରିସ୍ଥିତିରେ ଯେକୌଣସି ବ୍ୟକ୍ତି ଚିତ୍କାର କରିବେ, କିନ୍ତୁ ମୌରିନ୍ ଯେଉଁଭଳି ଭାବରେ ଏହାକୁ ପରିଚାଳନା କରିଥିଲେ ତାହା ଇଣ୍ଟରନେଟର ହୃଦୟ ଜିତିଛି।
ଭିଡିଓରେ, ଆପଣ ଦେଖିପାରିବେ ଯେ ସାର୍କ ନିକଟତର ହେବା ସତ୍ତ୍ୱେ, ସେ ଭୟଭୀତ ହୋଇନଥିଲେ ବରଂସେ ସାର୍କକୁ ନରଗାଇ ଧୀରେ ଧୀରେ ପହଁରିବାକୁ ଲାଗିଲେ। ଯେଉଁ ଭିଡ଼ିଓରେ ଅନେକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି।
A woman in the Philippines was left stunned when a giant whale shark quietly swam up behind her and nudged her arm during an underwater photo shoot. pic.twitter.com/RyjNg1tXH0
— wR (@WeReporter) April 20, 2026
