‘ମେଲା’ ପାଇଁ ପ୍ରଥମ ପସନ୍ଦ ଥିଲେ ଏହି ଅଭିନେତ୍ରୀ; ହେଲେ ଟ୍ୱିଙ୍କିଲଙ୍କୁ ମିଳିଲା ସୁଯୋଗ
ସୁନୀଲ ଦର୍ଶନ କହିଛନ୍ତି; ମୋ’ ମୂଳ କାହାଣୀରେ କରାଯାଇଥିବା ପରିବର୍ତ୍ତନ ଫିଲ୍ମର ପ୍ରଭାବକୁ କମାଇ ଦେଇଥିଲା।
ମୁମ୍ବାଇ: ଆଜକୁ ୨୮ ବର୍ଷ ତଳେ ରିଲିଜ ହୋଇଥିଲା ‘ମେଲା’। ଏବେ ସେହି ଫିଲ୍ମକୁ ଚର୍ଚ୍ଚାରେ। ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଟ୍ୱିଙ୍କିଲ ଖାତାଙ୍କ ଚୟନକୁ ନେଇ ମୁହଁ ଖୋଲିଛନ୍ତି ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ। ‘ହିନ୍ଦୀ ରଶ୍’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ‘ମେଲା’ ଫିଲ୍ମରେ ଟ୍ୱିଙ୍କିଲ ଖାନ୍ନାଙ୍କୁ କାଷ୍ଟ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି; ଆରମ୍ଭରୁ ଏହି ଭୂମିକା ପାଇଁ ଟ୍ୱିଙ୍କିଲ ଉପଯୁକ୍ତ ବୋଲି ମୋର ସନ୍ଦେହ ହେଉଥିଲା। ଯେଉଁଥିପାଇଁ ଫିଲ୍ମ ଫ୍ଲପ୍ ହୋଇଥିଲା ବୋଲି ସେ କହିଛନ୍ତି।
ସୁନୀଲ ଦର୍ଶନ କହିଛନ୍ତି; ମୋ’ ମୂଳ କାହାଣୀରେ କରାଯାଇଥିବା ପରିବର୍ତ୍ତନ ଫିଲ୍ମର ପ୍ରଭାବକୁ କମାଇ ଦେଇଥିଲା। ଏହା ସହ ଟ୍ୱିଙ୍କିଲଙ୍କୁ କାଷ୍ଟ କରିବା ମଧ୍ୟ ଫିଲ୍ମର ବିଫଳତାର ଅନ୍ୟ ଏକ କାରଣ। ବର୍ଷ ବର୍ଷ ଧରି ଟ୍ୱିଙ୍କିଲ ‘ମେଲା’କୁ ପରିହାସ କରୁଛନ୍ତି। ଯାହା ମୋତେ ବ୍ୟଥିତ କରୁଛି ବୋଲି ସେ କହିଛନ୍ତି।
ମୂଳ କାହାଣୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲା: ସୁନୀଲ ଦର୍ଶନ କହିଛନ୍ତି, ‘ମେଲା’ର ମୂଳ କାହାଣୀ ମୋର ଥିଲା। ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା। ମୁକ୍ତିଲାଭ ପୂର୍ବରୁ ଯେତେବେଳେ ମୁଁ ଫିଲ୍ମଟି ଦେଖିଲି, ସେତେବେଳେ ମୋତେ ଲାଗିଲା ଯଦି ସେହି ପରିବର୍ତ୍ତନଗୁଡ଼ିକ ହୋଇନଥାନ୍ତା, ତେବେ ଏହା ସୁପରହିଟ୍ ହୋଇଥାନ୍ତା। ମୂଳ କାହାଣୀ ବହୁତ ଭଲ ଥିଲା। ନାୟିକାଙ୍କ କାଷ୍ଟିଂକୁ ନେଇ ମଧ୍ୟ ମୋର ସନ୍ଦେହ ଥିଲା। ମୋତେ ଲାଗିନଥିଲା ସେ ଏହି ଭୂମିକା ପାଇଁ ଯୋଗ୍ୟ ଥିଲେ ବୋଲି ସୁନୀଲ କହିଛନ୍ତି।
Uttarakhand Govt.
‘କରିସ୍ମା କପୁରଙ୍କୁ ନେବା ଉଚିତ ଥିଲା’: ‘ମେଲା’ରେ ଟ୍ୱିଙ୍କିଲଙ୍କ କାଷ୍ଟିଂକୁ ନେଇ ସୁନୀଲ ଦର୍ଶନ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି; ଫିଲ୍ମ ପାଇଁ ଅଧିକ ଲୋକପ୍ରିୟ ଓ ଦକ୍ଷ ନାୟିକାର ଆବଶ୍ୟକତା ଥିଲା। ‘ମେଲା’ର ମୂଳ କାହାଣୀ ଓ ଟାଇଟଲ୍ ମୋର ଥିଲା। ଏହି ଫିଲ୍ମ ପାଇଁ କରିସ୍ମା କପୁର ଅଧିକ ଉପଯୁକ୍ତ ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ କାଷ୍ଟ କରାଯାଇନଥିଲା ବୋଲି ସୁନୀଲ କହିଛନ୍ତି।
ଆମିର ଖାନ ଯୋଗଦେବା ପରେ ବଦଳିଥିଲା କାହାଣୀ: ସୁନୀଲ ଦର୍ଶନ କହିଛନ୍ତି; ଆମିର ଖାନ ଫିଲ୍ମରେ ଯୋଗଦେବା ପରେ ମୂଳ ସ୍କ୍ରିପ୍ଟରେ ଅନେକ ପରିବର୍ତ୍ତନ କରାଯାଇଥିଲା। ସେମାନେ ଭାଇଙ୍କ ଚରିତ୍ର ଯୋଡ଼ିଥିଲେ। ବାକି ସବୁ ମୋର ଥିଲା। ପରେ ଆମିର ବୁଝିଲେ ଯେ କିଛି ଅନୁମତି ଓ ସହମତି ଦରକାର। ସେ ମୋ ସହ ଯୋଗାଯୋଗ କରିଥିଲେ। ମୋ ପାଖରେ ସହମତି ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ସୁନୀଲ କହିଥିଲେ।
୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା ‘ମେଲା’। ଆମିର ଖାନ, ଫୈସଲ ଖାନ ଓ ଟ୍ୱିଙ୍କିଲ ଖାନ୍ନା ମୁଖ୍ୟ ଭୂମିକାରେ ଥିଲେ। ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶନା ଓ ତାହିର ହୁସେନଙ୍କ ପ୍ରଯୋଜନାରେ ନିର୍ମିତ ଏହି ଆକ୍ସନ-ଡ୍ରାମା ଫିଲ୍ମଟି ଖରାପ ସମୀକ୍ଷା ପାଇଥିଲା। ବକ୍ସ ଅଫିସରେ ସଫଳ ହୋଇପାରିନଥିଲା। ଏହା ସତ୍ତ୍ୱେ ଏହି ଫିଲ୍ମଟି ଅନଲାଇନରେ ଲୋକପ୍ରିୟ ହୋଇଥିଲା। ଏହାର ଅନେକ ଦୃଶ୍ୟ ଓ ସଂଳାପ ଇଣ୍ଟରନେଟରେ ଲୋକପ୍ରିୟ ମିମ୍ରେ ପରିଣତ ହୋଇଥିଲା।

