fbpx

ପେଗାସସକୁ ନେଇ ମୁହଁ ଖୋଲିଲେ ଶାହ; ବିରୋଧୀଙ୍କୁ କହିଲେ ଏମିତି କଥା

ନୂଆଦିଲ୍ଳୀ: ପେଗାସସ ସ୍ପାଏ ୱେୟାରକୁ ନେଇ ମୁହଁ ଖୋଲିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଶାହ ନିଜ ଚିରାଚରିତ ଢଙ୍ଗରେ କ୍ରୋନୋଲୋଜି ସମଝିଏ ବୋଲି କହିବା ସହିତ ଏହା ପଛରେ ବିଦେଶୀ ଶକ୍ତିଙ୍କ ଭୂମିକା ରହିଥିବା କହିଛନ୍ତି । ସଂସଦରେ ମୌସୁମୀ ଅଧିବେଶନର ଠିକ୍ ପୂର୍ବରୁ ଏପରିଚ ରିପୋର୍ଟ ଆସିବା ହିଁ ଏହା ପଛରେ ରହିଥିବା ଅଭିସନ୍ଧିକୁ ପ୍ରମାଣିତ କରୁଛି ବୋଲି ଶାହ କହିଛନ୍ତି । ଭାରତର ପ୍ରଗତି ଚାହୁଁନଥିବା କିଛି ବିଦେଶୀ ଶକ୍ତିଙ୍କ ପ୍ରରୋଚନାରେ ଏଭଳି କାମ ହେଉଛି ବୋଲି ଶାହ କହିଛନ୍ତି ।

ଯଦି ଏପରି କିଛି ହୋଇଛି ତେବେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ଉଚିତ । ୨୦୧୭ରୁ ୨୦୧୯ ମଧ୍ୟରେ ୩୦୦ରୁ ଅଧିକ ଲୋକଙ୍କ ଫୋନ ପେଗାସସ ଦ୍ୱାରା ଟାପ ହୋଇଥିବା ନେଇ ରିପୋର୍ଟ ଆସିଥିଲା । ତେବେ ଏ ନେଇ କିଛି ଠୋସ ପ୍ରମାଣ ନ ମିଳିବା କାରଣରୁ ଏହା ବନ୍ଦ ରଖାଯାଇଥିଲା । ତେଣୁ ମୌସୁମୀ ଅଧିବେଶନର ଠିକ୍ ପୂର୍ବରୁ ଏପରି ଲିକ୍ କରାଯାଇଛି ବୋଲି ଶାହ କହିଛନ୍ତି । ଭାରତର ଉନ୍ନତି ଚାହୁଁନଥିବା ବୈଦେଶିକ ଶକ୍ତି ଓ ରାଜନୈତିକ ଦଳ ଉଦ୍ଦେଶ୍ୟମୂଳକ ଭାବରେ ଏପରି କରୁଛନ୍ତି ବୋଲି ଶାହ କହିଛନ୍ତି ।

Get real time updates directly on you device, subscribe now.