fbpx

MCD ରେଜଲ୍ଟ: ମ୍ୟାଜିକ୍ ନମ୍ବର ଟପିଲା AAP, BJPର ୧୫ ବର୍ଷର ରାଜୁତି ଶେଷ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୫୦ଟି ୱାର୍ଡର ୧,୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗତ ୪ ତାରିଖରେ ଏମସିଡି ନିର୍ବାଚନ ପାଇଁ ଜନସାଧାରଣ ମତଦାନ କରିଥିଲେ । ତେବେ ଏହା ମଧ୍ୟରେ ଏଗଜିଟ ପୋଲର ତଥ୍ୟ ସାମ୍ନାକୁ ଆସିଯାଇଥିବା ବେଳେ ତାହାକୁ ନେଇ ଆମ୍ ଆଦମୀ ପାର୍ଟି (ଆପ) ଖୁସିରେ ଫାଟି ପଡ଼ୁଛି । ଯଦି ଏଗଜିଟ ପୋଲର ଆକଳନ ସତ୍ୟ ପ୍ରମାଣିତ ହୁଏ, ତେବେ ଏମସିଡିରେ ବିଜେପିର ୧୫ ବର୍ଷ ଶାସନର ଅନ୍ତ ଘଟିବ ।

ଗତ ୨୦୧୭ ଏମସିଡି ନିର୍ବାଚନରେ ବିଜେପି ୨୭୦ଟି ୱାର୍ଡରୁ ୧୮୧ଟିରେ ବିଜୟ ହାସଲ କରିଥିବା ବେଳେ ଆପ ୪୮ଟିରେ ଓ କଂଗ୍ରେସ ୨୭ଟିରେ ଜିତିଥିଲା । ତେବେ ଆଜି ସକାଳ ୮ଟାରୁ ନିର୍ବାଚନ କମିସନ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଭୋଟ କାଉଣ୍ଟିଂ ପାଇଁ ୪୨ଟି କାଉଣ୍ଟିଂ ସେଣ୍ଟର ସ୍ଥାପନ କରାଯାଇଛି । ତେବେ ସଦ୍ୟ ଅପଡେଟ୍ ମୁତାବକ, ଦିନ ୨ଟା ସୁଦ୍ଧା ଆପ ୧୨୯ଟି ଆସନରେ ବିଜୟ ହାସଲ କରିବା ସହ ୪ଟିରେ ଆଗରେ ରହିଛି । ଅନ୍ୟପକ୍ଷରେ ବିଜେପି ୧୦୧ଟି ସିଟରେ ବିଜୟ ହାସଲ କରିବା ସହ ୪ଟିରେ ଆଗରେ ରହିଛି । କଂଗ୍ରେସ ମାତ୍ର ୮ଟି ସିଟରେ ବିଜୟ ହାସଲ କରି ପଛରେ ପଡ଼ିଛି ।

ତେବେ ଭୋଟ ଗଣତି ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆପ ମ୍ୟାଜିକ ଅଙ୍କ ଛୁଇଁ ସାରିଛି । ଅନ୍ୟପକ୍ଷରେ ବିଜେପିର କ୍ରମାଗତ ୧୫ ବର୍ଷର ଶାସନ ଉପରେ ଲାଗିଛି ରୋକ୍ । ବିଜେପିର ସମସ୍ତ କଳ, ବଳ, କୌଶଳକୁ କ୍ଷୂର୍ଣ୍ଣ କରିବାରେ ସକ୍ଷମ ହୋଇଛି ଆପ୍ । କେଜ୍ରିୱାଲଙ୍କ ଆଗରେ ମୋଦୀଙ୍କର ଯାଦୁ କାମ କରି ନାହିଁ । ଏମସିଡି ନିର୍ବାଚନରେ ଇତିହାସ ରଚିବା ପରେ ଏବେ ଆପର ପାର୍ଟି ଅଫିସରେ କାର୍ଯ୍ୟକର୍ତ୍ତାମାନେ ବିଜୟୋତ୍ସବ ମନାଇବା ଆରମ୍ଭ କରିଦେଲେଣି ।

Get real time updates directly on you device, subscribe now.