fbpx

National Partyର ମାନ୍ୟତା ଲାଭ କଲା AAP: ନିୟମ ଆଧାରରେ ଦଳକୁ ଏବେ କେଉଁସବୁ ଫାଇଦା ମିଳିବ

ନୂଆଦିଲ୍ଲୀ: ୧୦ ବର୍ଷର ରାଜନୈତିକ ଯାତ୍ରା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ) ଜାତୀୟ ଦଳର ଏଲିଟ୍ ଗ୍ରୁପରେ ସାମିଲ ହୋଇଛି । ଜାତୀୟ ଦଳ ଭାବେ ସ୍ୱୀକୃତି ଲାଭ ପରେ ଆପକୁ ଅନେକ ଫାଇଦା ମିଳିବା ସହ ରାଜନୈତିକ ଯାତ୍ରା ସହଜସାଧ୍ୟ ହୋଇପାରିବ । ଦିଲ୍ଲୀ ମହାନଗର ନିଗମ (ଏମସିଡି)ରେ ଶାନଦାର ବିଜୟ, ଗୁଜରାଟ ବିଧାନସଭା ନିର୍ବାଚନରେ ୫ଟି ସିଟରେ ବିଜୟ, ହିମାଚଳ ପ୍ରଦେଶରେ ପରାଜୟ ପରେ ଆପକୁ ଜାତୀୟ ଦଳର ମାନ୍ୟତା ମିଳିଛି ।

୧- ରାଷ୍ଟ୍ରୀୟ ପାର୍ଟି ଭାବେ ସ୍ୱୀକୃତି ମିଳିବା ପରେ ଆପର ଦଳୀୟ ଚିହ୍ନ ଝାଡ଼ୁ ସ୍ଥାୟୀ ହୋଇଯିବ । ସାରା ଦେଶରେ ଝାଡ଼ୁ ଆପର ନିର୍ବାଚନୀ ଚିହ୍ନ ହେବ ।

୨- ଆପର ପ୍ରାର୍ଥୀମାନେ ଏବେ ବାଲାଟ / ଇଭିଏମ ଉପରେ ଦେଖାଦେବେ ।

୩- ଦେଶର ରାଜଧାନୀ ଦିଲ୍ଲୀରେ ଆପକୁ ଏକ ଅଫିସ ମିଳିବ ।

୪- ପୂର୍ବରୁ ଆପକୁ କିଛି ଅର୍ଥ ଖର୍ଚ୍ଚ କରି ଭୋଟର ଲିଷ୍ଟ ହାସଲ କରିବାକୁ ପଡ଼ୁଥିଲା । ମାତ୍ର ଏବେ ପ୍ରତ୍ୟେକ ରାଜ୍ୟର ଭୋଟର ଲିଷ୍ଟ ଦଳକୁ ମାଗଣାରେ ମିଳିବ ।

୫- ବର୍ତ୍ତମାନ ସୁଦ୍ଧା ଆପ ଜାତୀୟ ସ୍ତରରେ ୨୦ ଜଣ ତାରକା ପ୍ରଚାରକଙ୍କୁ ଲିଷ୍ଟରେ ସାମିଲ କରିପାରୁଥିଲା । ମାତ୍ର ଏବେ ଏହି ସଂଖା ବୃଦ୍ଧି ପାଇ ୪୦ରେ ପହଞ୍ଚିଯିବ ।

୬- ଆପକୁ ଏବେ ଜାତୀୟ ସ୍ତରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ରେଡିଓ ଓ ଟେଲିଭିଜନରେ ସମୟ ମିଳିପାରିବ ।

୭- ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଏବେ ସରକାରୀ ବାସଭବନ ମିଳିପାରିବ ।

୮- ଦଳର ନାମାଙ୍କନ ପତ୍ରରେ କେବଳ ଜଣେ ପ୍ରସ୍ତାବକଙ୍କ ଆବଶ୍ୟକତା ପଡ଼ିବ ।

Get real time updates directly on you device, subscribe now.