fbpx

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଘୋଷଣା- ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢିବ ଆପ୍

ଅହମ୍ମଦାବାଦ : ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମି ଫାଇନାଲ୍ ଦୃଷ୍ଟିରେ ଦେଖାଯାଉଛି। ରାଜନୈତିକ ପାର୍ଟି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି ଆସନ୍ତା ବର୍ଷ ଗୁଜରାଟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସୋମବାର ଗୁଜରାଟ ଗସ୍ତରେ ପହଞ୍ଚିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ଏହାର  ଘୋଷଣା ମଧ୍ୟ କରି କହିଛନ୍ତି ଯେ, ଦଳ ୧୮୨ ଆସନରେ ନିର୍ବାଚନ ଲଢିବ।

 

ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍ କରି ନିଜ ଗୁଜରାଟ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂଗଠନକୁ ବିସ୍ତାର କରିବା ଏବଂ ସାଂପ୍ରତିକ ସ୍ଥିତିର ସମୀକ୍ଷା ପାଇଁ କେଜ୍ରିଓ୍ଵାଲ ଗୁଜରାଟ ଗସ୍ତ କରିଛନ୍ତି। କେଜ୍ରିଓ୍ଵାଲ ଆଜି ଅହମ୍ମଦାବାଦରେ ନବ ନିର୍ମିତ ଆମ୍ ଆଦମୀ ପାର୍ଟି କାର‌୍ୟ୍ୟାଳୟର ଉଦଘାଟନ ମଧ୍ୟ କରିଛନ୍ତି। କେଜ୍ରିଓ୍ଵାଲଙ୍କ ଉପସ୍ଥିତିରେ ଗୁଜରାଟର ବରିଷ୍ଠ ସାମ୍ବାଦିକ ଇସୁଦାନଭାଇ ଆପର ସଦସ୍ୟତା ଗ୍ରହଣ କରିଛନ୍ତି।

ଚଳିତ ବର୍ଷ କେଜ୍ରିଓ୍ଵାଲଙ୍କ ଏହା ଦ୍ଵିତୀୟ ଗୁଜରାଟ ଗସ୍ତ। ଏହା ପୂର୍ବରୁ ଫେବୃଆରୀରେ ସେ ଗୁଜରାଟର ସୁରଟ ଗସ୍ତ କରିଥିଲେ। ଏଠାରେ ଅନୁଷ୍ଠିତ ନଗର ନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଭଲ ପ୍ରଦର୍ଶନ କରିଥିଲା ଏବଂ ବିଜେପି  ବିରୋଧରେ ସବୁଠୁ ବଡ ପାର୍ଟି ଭାବେ ଆର୍ବିଭାବ ହୋଇଥିଲା।

 

Get real time updates directly on you device, subscribe now.