fbpx

ଅଭୟ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଭୟ ପାଠକଙ୍କୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ । ୨ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର ।

ଏନେଇ ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା । ଅଭୟ ପାଠକଙ୍କୁ ମୋଟ ୩ଟି ମାମଲାରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିସାରିଥିଲା । ଏବେ ସମସ୍ତ ମାମଲାରେ ଜାମିନ ପାଇଥିବାରୁ ମୁକୁଳିବା ସ୍ପଷ୍ଟ ହୋଇଛି । ତେବେ ଅଭୟଙ୍କୁ ଜାମିନ ମିଳିଥିଲେ ବି ପୁଅ ଆକାଶ ପାଠକଙ୍କୁ ମିଳିନାହିଁ ଜାମିନ । ଆକାଶଙ୍କ ନାଁରେ ଥିବା କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ନାମଞ୍ଜୁର ।

Get real time updates directly on you device, subscribe now.