ପୁଣି ICUରେ ଭର୍ତ୍ତି ହେଲେ ଅଭିଜିତ ମଜୁମଦାର; ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ICUକୁ ସ୍ଥାନାନ୍ତରଣ କରାଯାଇଛି…

୨୪ ଘଣ୍ଟା ଭିତରେ ଦେହ ଅଧିକ ଖରାପ ହୋଇଥିଲା...

ଓଡିଶା ଭାସ୍କର: ବିଗିଡିଲା ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା । ପୁଣି ଆଇସିୟୁରେ ଭର୍ତ୍ତି। ଗତ ୨୪ ଘଣ୍ଟାରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ପୁଣି ICUରେ ଭର୍ତ୍ତି କରାଯାଇଛି ।

ଗତ ସେପ୍ଟେମ୍ବର ମାସରେ ହଠାତ ଦେହ ଖରାପ ହେବା ପରେ ତାଙ୍କୁ ଏମସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ICUରେ ରହିଥିବା ବେଳେ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ପୁଣି ଜେନେରାଲ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମାତ୍ର ଏବେ ପୁଣି ଗତ ୨୪ ଘଣ୍ଟା ଭିତରେ ଲଗାତାର ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି ।