fbpx

(ଦେଖନ୍ତୁ ଭିଡିଓ) ମହାନଦୀ ବ୍ରିଜ୍ ଉପରେ ବୋଲେରୋ-ଟ୍ରକ୍ ମୁହାଁମୁହିଁ: ୫ ମୃତ

ସୋନପୁର(ଓଡ଼ିଶା ଭାସ୍କର): ମହାନଦୀ ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ସୋନପୁରରେ ମହାନଦୀ ବ୍ରିଜ୍ ଉପରେ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏକ ବୋଲେରୋ ସହିତ ଟ୍ରକର ମୁହାଁମୁହିଁ ହେବା ଫଳରେ ଏହି ବଡ଼ ଧରଣର ଘଟଣା ଘଟିଯାଇଛି । ବୋଲେରୋଟି ବରଯାତ୍ରୀ ଧରି ଫେରୁଥିବା ଜଣାପଡ଼ିଛି । ବିନିକା କଉଡିଆମୁଣ୍ଡାରୁ ଉଲୁଣ୍ଡା ବ୍ଲକ୍ ନିମ୍ନା ଗାଁକୁ ବରଯାତ୍ରୀ ଫେରୁଥିଲେ । ରାତି ପ୍ରାୟ ଗୋଟାଏ ବେଳେ ବରଯାତ୍ରୀଙ୍କୁ ନେଇ ବୋଲେରୋଟି ଫେରୁଥିବା ବେଳେ ଟ୍ରକ୍ ସହିତ ଧକ୍କା ହୋଇଥିଲା । ତେବେ ବୋଲେରୋରେ ଥିବା ଅନ୍ୟ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତାହତଙ୍କୁ ଗ୍ୟାସ କଟରରେ କାଟି ବାହାର କରାଯାଇଛି ।

Get real time updates directly on you device, subscribe now.