fbpx

ଏମିତି ବି ଆସେ ମୃତ୍ୟୁ, ବିବାହ ସମାରୋହରେ ଯୋଗଦେବା ପାଇଁ ଯାଉଥିବାବେଳେ ଚାଲିଗଲା ପରିବାରର ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ଭିଣ୍ଡ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଠାରେ ଟ୍ରକ୍ ଏବଂ କାର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଥିଲେ ।  ଦୁର୍ଘଟଣା ବୀଡର ପାଟୋଦା-ମାଞ୍ଜରସୁଭା ରୋଡରେ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ ଏବଂ କାର୍ ଡିଭାଇଡରରେ ବାଡ଼େଇ ହୋଇ ଅନ୍ୟ ପଟକୁ ଓଲଟି ପଡ଼ିଥିଲେ । କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ଦୁଇକୁ ବାହାର କରାଯାଇଥିଲା ।

କୁହାଯାଉଛି ଯେ ମୃତକମାନେ ଏକ ବିବାହ ସମାରୋହରେ ସାମିଲ ହେବାପାଇଁ ଯାଉଥିଲେ । ସେତିକିବେଳେ ରାସ୍ତାରେ ଏହି ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଥିଲା । ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ ପାଇଁ ଲାଗିପଡ଼ିଛି । ପୋଲିସର ସୂଚନା ଅନୂଯାୟୀ ଏହି ଦୁର୍ଘଟଣା ସକାଳ ୭ ଟା ବେଳେ ହୋଇଥିଲା ।

Get real time updates directly on you device, subscribe now.