fbpx

ପୁଣି ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ; ଖୋଲିପାରେ ହତ୍ୟା କାଣ୍ଡର ରହସ୍ୟ

 ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଏହା ହତ୍ୟାକାଣ୍ଡରେ ପୁଣି ଏକ ନୂଆ ମୋଡ ସୃଷ୍ଟି କରୁଛି । ତେବେ ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କରିଥିଲା ତା ଉପରୁ ମଧ୍ୟ ପରଦା ଉଠିବାର ଆଶା କରାଯାଉଛି ।ଏନେଇ କ୍ରାଇବ୍ରାଞ୍ଚ ପୁଣି ଥରେ ୪ ଦିନ ପାଇଁ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେଇଛି । ତେବେ କ୍ରାଇମବ୍ରାଞ୍ଚ ୯ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କୁ ୪ ଦିନ ପାଇଁ ଅନୁମତି ଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଗୋପାଳକୁ ୪ ଦିନ ପାଇଁ ରିମାଣ୍ଡରେ ନେଇଥିଲା ତଦନ୍ତକାରୀ ଟିମ୍ । କିନ୍ତୁ ସବୁପରେ ମଧ୍ୟ ଆଜି ବି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠିପାରି ନାହିଁ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଆଜକୁ ୭ ଦିନ ବିତି ଯାଇଥିବା ବେଳେ ଆଜି ବି ଏହି ଘଟଣା ଉପରୁ ପରଦା ଉଠି ପାରିନାହିଁ । ପ୍ରତ୍ୟେକ ଦିନ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛନ୍ତି । ଏଥିସହିତ ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇବ୍ରାଞ୍ଚ ରିମାଣ୍ଡରେ ନେଇ ଜେରା ମଧ୍ୟ କରୁଛନ୍ତି । ତେବେ ପୂର୍ବରୁ ଗୋପାଳ୪ ଦିନ ପାଇଁ ରିମାଣ୍ଡରେ ଯାଇଥିବା ବେଳେ ଆଜି ପ୍ରଥମ ଦଫା ରିମାଣ୍ଡ ଅବଧି ଶେଷ ହୋଇଛି । ଫଳରେ କ୍ରାଇମବ୍ରାଞ୍ଚ ପୁଣି ଗୋପାଳକୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେନ କରଛି ।

ଏତତ୍ ବ୍ୟତୀତ କୋର୍ଟ ମଧ୍ୟ ଗୋପାଳ ଦାସକୁ ଆଉ ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଫଳରେ ଆଜିଠାରୁ ପୁଣି ଗୋପାଳର ରିମାଣ୍ଡ ଅବଧି ଆରମ୍ଭ ହୋଇଛି । ତେବେ ଗୋପାଳ ପୁଣି ୪ ଦିନ ରିମାଣ୍ଡରେ ଯିବା ପରେ କ୍ରାଇମବ୍ରାଞ୍ଚକୁ ସବୁ ସତ କହିବ ବୋଲି ।ଶା କରାଯାଉଛି । ଏଥିସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣା ଉପରୁ ପରଦା ଉଠିବ ବୋଲି ବିବିନ୍ନ ମହଲେ ଚର୍ଚ୍ଚା ହେଉଥିବା ଜଣାପଡିଛି । ତେବେ ପୂର୍ବରୁ ୪ ଦିନ ରିମାଣ୍ଡ ଏବଂ ବର୍ତ୍ତମାନ ୪ ଦିନ ରିମାଣ୍ଡ ପରେ ଘଟଣା କେଉଁ ରୂପ ନେଉଛି ଏବଂ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ରହସ୍ୟ ଉପରୁ କେବେ ପରଦା ହଟୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.