fbpx

ମନୀଷ ହତ୍ୟାକାଣ୍ଡ: ୪ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଅଭିଯୁକ୍ତମାନେ ଯିବେ ରିମାଣ୍ଡରେ । ୩ ଅଭିଯୁକ୍ତ ୪ ଦିନିଆ ରିମାଣ୍ଡରେ ଯିବେ । ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ସହ ହତ୍ୟାକାଣ୍ଡ କେମିତି ସେମାନେ ଘଟାଇଥିଲେ ତାହାର ସତ ବାହାର କରିବ ପୋଲିସ । ଏହି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (ଜେଏମଏଫସି) । ପୂର୍ବରୁ ୫ ଦିନ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା କମିଶନରେଟ୍ ପୋଲିସ ।

ସୂଚନାଯୋଗ୍ୟ ଯେ, ମନୀଷ ତାଙ୍କର ୩ ଜଣଙ୍କ ସାଙ୍ଗଙ୍କ ସହିତ ପାତ୍ରପଡ଼ାର ଏକ ହୋଟେଲକୁ ଭୋର ସମୟରେ ଯାଇଥିଲେ । ହୋଟେଲରେ ବିଲ୍ ପେମେଣ୍ଟକୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ହୋଟେଲ ବାହାରେ ସାଙ୍ଗମାନେ ମନୀଷଙ୍କୁ ଆକ୍ରମଣ କରିଥିଲେ । ଏହି ଗଣ୍ଡଗୋଳରେ ମନୀଷଙ୍କୁ ମୃତ୍ୟୁ ଘଟିବାରୁ ପ୍ରମାଣ ନଷ୍ଟ କରିବାକୁ ସେମାନେ ମନୀଷଙ୍କ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ପୂର୍ବରୁ ସୂଚନା ଦେଇଥିଲେ ଡିସିପି ।

Get real time updates directly on you device, subscribe now.