fbpx

ACF ସୌମ୍ୟ ମୃତ୍ୟୁ ମାମଲା: ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାକୁ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ  ମୃତ୍ୟୁ କରାଣ ଜଣାପଡିନାହିଁ। ଗଜପତି ପୋଲିସକୁ କୌଣସି ନିଷ୍କର୍ସ ମିଳିନଥିବା ବେଳେ ଦୀର୍ଘ ୧୫ ଦିନ ହେବ  ତଦନ୍ତ ଭାର ଗ୍ରହଣ କରି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଏପରି ପରସ୍ଥିତିରେ ପୂର୍ବରୁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କ୍ରାଇମବ୍ରାଞ୍ଚ ତଦନ୍ତର ସମ୍ମୁଖୀନ ହୋଇ ସାରିଥିବା ବେଳେ ଆଜି ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀ ଜେରା କରାଯିବ।  ବିଦ୍ୟାଭାରତୀଙ୍କୁ ସ୍ୱତନ୍ତ୍ର ଭାବେ ଜେରା କରିବା ପାଇଁ କ୍ରାଇମବ୍ରାଞ୍ଚ ଯୋଜନା ରଖିଛି । କ୍ରାଇମ୍‌ ଏଗନେଷ୍ଟ ୱମେନ୍‌ ଉଇଙ୍ଗ୍‌ର କେତେଜଣ ମହିଳା ଅଧିକାରୀ ବିଦ୍ୟାଭାରତୀଙ୍କୁ ଜେରା କରିବା ଲାଗି ନିୟୋଜିତ ହେବେ । ଜେରା ସମୟରେ ବିଦ୍ୟାଭାରତୀଙ୍କୁ ପ୍ରଶ୍ନ କଣ ପଚାରାଯିବ ସେଥିଲାଗି ମଧ୍ୟ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ହୋଇଛି ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି ।  ଏଥି ପାଇଁ କ୍ରାଇମବ୍ରାଞ୍ଚ ଏକ ଟିମ୍ କପ୍ତପଦାରେ ପହଞ୍ଚି ଥିବା ଜଣାଡିଛି।

ତେବେ ବୁଧବାର କ୍ରାଇମବ୍ରାଞ୍ଚର ଏକ ତଦନ୍ତକାରୀ ଟିମ୍‌ ଅଭିଯୋଗକାରୀ ତଥା ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି । ପୂର୍ବ ଭଳି ଗତକାଲି ସୌମ୍ୟଙ୍କ ବାପା-ମା ଉଭୟ ବୋହୂ ବିଦ୍ୟାଭାରତୀ ଓ ଡିଏଫଓଙ୍କ ନାଁ ଅଭିଯୋଗ କରିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ଅନୈତି ସମ୍ପର୍କରୁ ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଛନ୍ତି। ବୋହୂକୁ ଗିରଫ କରାଗଲେ ସବୁ ଖିଅ ମିଳିଯିବ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

ଗତ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଏସିଏଫ୍‌ ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧ ଦଗ୍‌ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟରଞ୍ଜନ ବାପା ଏହି ଘଟଣା ପଛରେ ବୋହୂ ବିଦ୍ୟାଭାରତୀ ଏବଂ ଡିଏଫ୍‌ଓଙ୍କ ସମ୍ପୃକ୍ତି ଥିବା ଅଭିଯାଗ କରି ଥାନାରେ ଏତଲା ଦେଇଥିଲେ । ଗଜପତି ପୁଲିସ୍‌ ଉପରେ ଅଭିଯୋଗକାରୀଙ୍କ ଭରସା ନଥିବା କଥା ମୃତକଙ୍କ ପରିବାର ଲୋକେ ଡିଜିଙ୍କୁ ଭେଟି ଜଣାଇବା ପରେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ନେଇଛି ।

Get real time updates directly on you device, subscribe now.