fbpx

ଆମାଜନରେ ମିଳୁଛି କନ୍ନଡ ପତାକାଚିହ୍ନ ଥିବା ମହିଳାଙ୍କ ଅନ୍ତଃବସ୍ତ୍ର, ପୁଣି ଆକ୍ସନ ମୋଡକୁ ଆସିଲେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ବଢ଼ିଲା ଆମାଜନ୍ ପାଇଁ ଅଡୁଆ । କନ୍ନଡ ପତାକା ପ୍ରିଣ୍ଟ ଥିବା ମହିଳାଙ୍କ ଅନ୍ତଃବସ୍ତ୍ର ବିକ୍ରି କରି ବିବାଦକୁ ଡାକିଛି ଆମାଜନ୍ । ଏନେଇ ଏବେ କର୍ଣ୍ଣାଟକ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି । କର୍ଣ୍ଣାଟକ ସରକାରର ମନ୍ତ୍ରୀ ଅରବିନ୍ଦ ଲିମ୍ବାବଲୀ ଏହି ମାମଲାରେ ଆମାଜନକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଆମାଜନ କନ୍ନଡ ପତାକାର ବିକିନି ତିଆରି କରି ବିକ୍ରି କରୁଛି । ଏନେଇ କମ୍ପାନୀ ତୁରନ୍ତ କ୍ଷମା ମାଗିବା ଆବଶ୍ୟକ । ଯଦି କମ୍ପାନୀ କ୍ଷମା ନ ମାଗେ ତେବେ ରାଜ୍ୟ ସରକାର ଆମାଜନ୍ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ବୃହତ୍ ସପିଂ ସାଇଟ୍ ଆମାଜନରେ କନ୍ନଡ ପତାକା ଥିବା ଯେଉଁ ବିକିନି ପ୍ରସ୍ତୁତ କରି ବିକ୍ରି କରୁଛି ସେଥିରେ କର୍ଣ୍ଣାଟକ ରାଜ୍ୟର ଚିହ୍ନ ରହିଛି । ଯାହା ସ୍ପଷ୍ଟ ଦେଖିବାକୁ ମିଳିଛି । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, କନ୍ନଡଙ୍କ ପ୍ରତି ଅପମାନ ବନ୍ଦ ହେବା ଆବଶ୍ୟକ । ଏହା କନ୍ନଡର ସ୍ୱାଭିମାନର କଥା । ଏହି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ତେଣୁ ଆମାଜନ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ।

ଆମାଜନ୍ ପୂର୍ବରୁ ଗୁଗଲରେ ମଧ୍ୟ କର୍ଣ୍ଣାଟକର ଭାଷାକୁ ଦେଶର ସବୁଠାରୁ ଖରାପ ତଥା ଅସୁନ୍ଦର ଭାଷା ଭାବରେ ଦର୍ଶାଯାଇଥିଲା । ଏହାପରେ ରାଜ୍ୟ ସରକାର ଗୁଗଲକୁ ଏନେଇ ନୋଟିସ୍ ପଠାଇଥିଲେ । ଏହାପରେ ଗୁଗଲ କ୍ଷମା ମାଗିଥିଲା । ପ୍ରାୟ ସମସ୍ତ ରାଜନୈତିକ ଦଳର ନେତା ଗୁଗଲକୁ ନିନ୍ଦା କରିଥିଲେ । ଏହାପରେ ଗୁଗୁଲ ସବୁଠାରୁ ଖରାପ ଭାଷା ଉପରେ ନେଇଥିବା ପ୍ରଶ୍ନର ଜବାବରୁ କନ୍ନଡ ଭାଷାକୁ ହଟାଇଥିଲା ।

Get real time updates directly on you device, subscribe now.