fbpx

ଫିଲ୍ମ ନିର୍ମାତା ମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଲେ ସାଉଥ୍ ସୁପରଷ୍ଟାର ଅଜିତ୍ କୁମାର, ଦେଲେ ୧୦ଲକ୍ଷ ଟଙ୍କା

ମୁମ୍ବାଇ, ୧୬/୦୫(ଓଡିଶା ଭାସ୍କର): କରୋନା ମହାମାରୀ ମୁକାବିଲାରେ କେନ୍ଦ୍ର ତଥା ରାଜ୍ୟ ସରକାର ବ୍ୟାପକ ସଚେତନା ଆପଣାଉଛନ୍ତି । ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ସରକାର ଅହରହ ପ୍ରୟାସ କରୁଛନ୍ତି । ଏହି ସମୟରେ ବଲିଉଡ୍ ତଥା ସାଉଥ୍ ସିନେମା ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏହି କ୍ରମରେ ସାଉଥ୍ ସୁପରଷ୍ଟାର୍ ଅଜିତ୍ କୁମାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ସାଉଥ୍ ଇଣ୍ଡଷ୍ଟ୍ରୀରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦେଇଛନ୍ତି ।

ସେ ଫିଲ୍ମ ଏମ୍ପଲଇଜ୍ ଫେଡେରେସନ୍ ଅଫ୍ ସାଉଥ୍ ଇଣ୍ଡିଆ ଅଧୀନରେ ଏହି ଆର୍ଥିକ ସାହାଯ୍ୟ କରିଛନ୍ତି । ଯାହାଫଳରେ ଫିଲ୍ମ ଇଣ୍ଡଷ୍ଟ୍ରୀର ନିର୍ମାତା ତଥା ତଳିଆ କର୍ମଚାରୀ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ । ଯେପରିକି ଲାଇଟ୍ ମ୍ୟାନ୍, ମେକଅପ୍ ମ୍ୟାନ୍ ଓ ଅନ୍ୟାନ୍ୟ କର୍ମଚାରୀ । ଏନେଇ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଆର କେ ସେଲ୍ୱାନୀ ସୁଚନା ଦେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ତାମିଲନାଡୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୧ ମେ ପର୍ଯ୍ୟନ୍ତ ସମସ୍ତ ଟିଭି ସିରିଏଲ୍ ସୁଟିଂ ଉପରେ ରୋକ୍ ଲଗାଇ ଦିଆଯାଇଛି । ଏଥିସହିତ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମକୁ ମଧ୍ୟ ରୋକି ଦିଆଯାଇଛି । ଏଥିସହିତ ଅଜିତ୍ କୁମାରଙ୍କ ଏହି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମ୍ପର୍କରେ ମଧ୍ୟ ସୁଚନା ଦେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଏହି ସମୟରେ ଆର କେ ସେଲ୍ୱାନୀ ଅନ୍ୟ କଳାକାର ମାନଙ୍କୁ ମଧ୍ୟ ଅପିଲ୍ କରିଛନ୍ତି ସେମାନେ ମଧ୍ୟ ମଜଦୁର ମାନଙ୍କୁ ଆର୍ଥିକ ସହାୟତା କରନ୍ତୁ । ଯାହା ଫଳରେ ସେମାନେ ନିଜ ନିଜ ଏହି ଲକଡାଉନ୍ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ।

Get real time updates directly on you device, subscribe now.