fbpx

ମହାନଦୀରୁ ଅଭିନେତା ଅମ୍ଳାନଙ୍କ ସ୍ତ୍ରୀ ଉଦ୍ଧାର

କଟକ,୧୫ ।୧୧ (ଓଡିଶା ଭାସ୍କର): କଟକ ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ତଥା ମିହିର ଦାସଙ୍କ ବୋହୂଙ୍କୁ ଉଦ୍ଧାର କରାଯାଇଛି । ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି । ତେବେ ନଦୀରେ ପୂଜା ସାମଗ୍ରୀ ବିସର୍ଜନ ବେଳେ ଖସିପଡିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଲାନ ଓ ତାଙ୍କ ପତ୍ନୀ । ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି, ତାହାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି ।

Get real time updates directly on you device, subscribe now.