fbpx

କଣ ରାଜନୀତିକୁ ଏଣ୍ଟ୍ରିି କରିବେ ଅନୁପମ୍ ଖେର୍? ଜାଣନ୍ତୁ କଣ କହିଲେ ଅଭିନେତା

ମୁମ୍ବାଇ: ବର୍ତ୍ତମାନ ଅନେକ ବଲିଉଡ୍ ଅଭିନେତା ଅଭିନୟ ଛାଡି ରାଜନୀତି ହେବାକୁ ପସନ୍ଦ କରୁଛନ୍ତି । ବିଭିନ୍ନ ଦଳ ପକ୍ଷରୁ ଷ୍ଟାର୍ ପ୍ରଚାରକ ହୋଇ ନିର୍ବାଚନ ଲଢ଼ିବାକୁ ଅଫର୍ ଦିଆଯାଉଛି । ହେଲେ କିଛି ଏମିତି ବି ରହିଛନ୍ତି ଯେଉଁ ମାନେ କେବେ ବି ରାଜନୀତିକୁ କୌଣସି କାରଣରୁ ପସନ୍ଦ କରନ୍ତି ନାହିଁ ନଚେତ୍ ସେମାନେ ଅଭିନୟ ଛାଡି ନେତା ହେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ତେବେ ବଲିଉଡ୍ ଅଭିନେତା ଅନୁପମ୍ ଖେର୍ ସୋମବାର କହିଛନ୍ତି ଯେ, ସେ କେବେବି ରାଜନୀତିକୁ ଆସିବାକୁ ଚାହାନ୍ତି ନାହିଁ । ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସେ କହିଥିଲେ, ତାଙ୍କର ରାଜନୀତିକୁ ଆସିବାର ପ୍ରଶ୍ନ ହିଁ ଉଠୁନି ।

୨୦୧୭ରେ ହିମାଞ୍ଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଅନୁପମ୍ ଖେର୍ ଲଢ଼ିବାକୁ ନେଇ ଅନେକ ଆଲୋଚନା ହେଉଥିଲା । ତେଣୁ ଏହାକୁ ନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ସେହି ସମୟରେ ସେ ଉତ୍ତରରେ କହିଥିଲେ ଯେ, ସେ ରାଜନୀତିକୁ ଆଦୌ ଆସିବାକୁ ଇଚ୍ଛୁକ ନୁହନ୍ତି । ଆଉ ଏହି କଥା ତାଙ୍କ ସ୍ତ୍ରୀ କିରଣ ଖେର୍ ମଧ୍ୟ ସ୍ପଷ୍ଟ ରୂପେ ଜାଣନ୍ତି ବୋଲି ସେ କହିଥିଲେ । ତେବେ ଚଣ୍ଡିଗଡର ବିଜେପି ସାଂସଦ ଥିବବା କିରଣ ଖେର୍ ବ୍ଲଡ୍ କ୍ୟାନସର୍ ରେ ପୀଡିତ ଅଛନ୍ତି ।

ତେବେ ଅନୁପମ୍ କୁହନ୍ତି ଯେ, ବଲିଉଡ୍ କୁ ଆସିବା ଏତେ ସହଜ ନୁହେଁ । ସେ ଜଣେ ଗରିବ ପରିବାରର ହୋଇଥିବା ବେଳେ ନିଜର ଅଭିନୟର ଦମ୍ ରେ ବଲିଉଡ୍ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଶିମଲାରେ ଜନ୍ମ ହୋଇଥିବା ବେଳେ ଏକ ଭଲ ଅଭିନେତା ହେବାର ନିଶା ତାଙ୍କୁ ମୁମ୍ବାଇକୁ ଟାଣି ଆଣିଥିଲା । ସେ ସବୁ ରୋଲରେ ନିଜକୁ ଫିଟ୍ କରିଦିଅନ୍ତି ।

Get real time updates directly on you device, subscribe now.