fbpx

‘ଭାବିଜି ଘର ପର ହେଁ’ର କଳାକାର କହିଲେ ନିଜ ଜୀବନର ସଂଘର୍ଷମୟ କାହାଣୀ, ୫୦ କିଲୋମିଟର ଚାଲି ଚାଲି ଯାଇ ଦେଉଥିଲେ ଅଡିସନ୍

ଲୋକପ୍ରିୟ ଟିଭି ସିରିଏଲ ‘ଭାବିଜି ଘର ପର ହେଁ’ ରେ ଅନେଖେଲାଲ ସକ୍ସେନାର(ସକ୍ସେନା ଜୀ)ଙ୍କ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ସାନନ୍ଦ ବର୍ମା ଘରେ ଘରେ ପରିଚିତ । ଏମିତି ନୁହେଁ ଯେ ଏହା ତାଙ୍କ ପ୍ରଥମ ରୋଲ, କିନ୍ତୁ କୁହାଯାଇପାରେ ଯେ ଏହି ରୋଲ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଲୋକେ ତାଙ୍କ କମେଡି ଦେଖି ବହୁତ ଖୁସି ହୋଇଥାନ୍ତି । ନିକଟରେ ଏହି କଳାକାର ତାଙ୍କର ଜୀବନର ସଂଘର୍ଷ ବିଷୟରେ କହିଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ପ୍ରଥମେ ସେ ଯେତେବେଳେ ମୁମ୍ବାଇ ଆସିଥିଲେ ତାଙ୍କ ପାଖରେ ସେତେବଳେ ମାତ୍ର ୧୦୦ ଟଙ୍କା ଥିଲା । ଏମିତିକି ସେ ପ୍ରଥମ ରାତି ଏକ ଔଷଧ ଫ୍ୟାକ୍ଟ୍ରିରେ ରାତି ବିତାଇଥିଲେ । ସେ କହିଥିଲେ ସେଠାରେ ଏକ ଛୋଟ ଜାଗାରେ ତାଙ୍କୁ ଶୋଇବାକୁ ପଡ଼ିଥିଲା ଯେଉଁଠାରୁ ବହୁତ ଦୁର୍ଗନ୍ଧ ବାହାରୁଥିଲା ତଥାପି ସେ ସେଠାରେ ରାତି ବିତାଇଥିଲେ । ପ୍ରଥମେ ସେ କ’ଣ କରିବେ କେଉଁଆଡ଼େ ଯିବେ ବୋଲି ଜାଣିପାରୁନଥିଲେ । ସେ କହିଛନ୍ତି ବେଳେବେଳେ ତାଙ୍କ ପାଖରେ ପଇସା ମଧ୍ୟ ନଥାଏ ଖାଦ୍ୟ ଖାଇବାକୁ ଏବଂ ଭୋକରେ ଶୋଇବାକୁ ପଡ଼ିଥିଲା । ତାଙ୍କୁ ପ୍ରତିଦିନ ୫୦ କିଲୋମିଟର ଯାତ୍ରା କରିବାକୁ ପଡୁଥିଲା ।

ସେ ଆଗକୁ କହିଛନ୍ତି ବହୁତ କଷ୍ଟ କଲା ପରେ ତାଙ୍କୁ ଏକ ମଲ୍ଟିନାସନାଲ କମ୍ପାନୀରେ କାମ ମିଳିଥିଲା ସେଠାରେ ତାଙ୍କୁ ଭଲ ଦରମା ମଧ୍ୟ ମିଳୁଥିଲା, କିନ୍ତୁ ତାକୁ ସେ ଛାଡ଼ି ଦେଇଥିଲେ । କାରଣ ତାଙ୍କୁ ଅଭିନୟ କରିବାର ଥିଲା । ଏଥିପାଇଁ ସେ ଅନେକ ତ୍ୟାଗ ମଧ୍ୟ କରିଥିଲେ, ସେ ରହୁଥିବା ବଡ଼ ଘରୁ ଛୋଟ ଘରକୁ ଚାଲିଆସିଥିଲେ । ନିଜର କାର ମଧ୍ୟ ବିକ୍ରି କରିଦେଇଥିଲେ । ଏମିତିକି ଅଡିସନ ଦେବା ପାଇଁ ପ୍ରତିଦିନ ଚାଲି ଚାଲି ଯାଉଥିଲେ ।

ସୂଚନାଯୋଗ୍ୟ, ସାନନ୍ଦ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ସେ ଟିଭିରେ ଅଭିନୟ କରିବା ସହ ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ମର୍ଦାନୀ, ରେଡ, ଛିଛୋରେ ପରି ଅନେକ ଫିଲ୍ମରେ କାମ କରିଛନ୍ତି ।

Get real time updates directly on you device, subscribe now.