fbpx

ସୁଶାନ୍ତଙ୍କ ବାୟୋପିକ ଫିଲ୍ମରେ ରୋକ ଲଗାଇଲେ ବାପା, ନିର୍ମାତାଙ୍କୁ ହାଇକୋର୍ଟ ପଠାଇଲା ନୋଟିସ୍

ନୁଆଦିଲ୍ଳୀ : ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକକୁ ନେଇ ମଙ୍ଗଳବାର ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସୁଚନା ଯେ, ଫିଲ୍ମକୁ ବ୍ୟାନ୍ କରିବା ପାଇଁ ସୁଶାନ୍ତଙ୍କ ବାପା ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ଆଧାର କରି ମଙ୍ଗଳବାର ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ ଜାରି କରିଛନ୍ତି । ନିକଟରେ ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ନ୍ୟାୟ: ଦ ଜଷ୍ଟିସ୍” ର ୫୮ ସେକେଣ୍ଡର ଟିଜର୍ ରିଲିଜ୍ ହୋଇଥିଲା । ଏଥିରେ ତାଙ୍କ ମୃତ୍ୟୁ କିପରି ହୋଇଥିଲା, କିପରି ସିବିଆଇ ଯାଞ୍ଚ ହୋଇଥିଲା, ରିୟା ଚକ୍ରବର୍ତ୍ତିଙ୍କ ଭୂମିକା କିପରି ଥିଲା, ସେସବୁ କିଛି ଦେଖିବାକୁ ମିଳିବ ।

Get real time updates directly on you device, subscribe now.