fbpx

ଭାଇରାଲ୍ ହେଉଛି କଙ୍ଗନାଙ୍କ ନୁଆ ଫଟୋ ସୁଟ୍; ବ୍ୟାକଲେସ୍ ବ୍ଲାଉଜ୍ ସହ ଧଳା ଶାଢ଼ୀ, ଉଡାଉଛି ଫ୍ୟାନ୍ସଙ୍କ ହୋସ୍

ମୁମ୍ବାଇ, ୨୦ ।୪ (ଓଡିଶା ଭାସ୍କର)   : ବଲିଉଡ୍ ର କୁଇନ୍ କଙ୍ଗନା ସବୁବେଳେ ନିଜର ବୟାନବାଜୀ ପାଇଁ ଚର୍ଚ୍ଚାରେ ଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ ଥାନ୍ତି । ପ୍ରତିଦିନ କିଛି ନା କିଛି ପୋଷ୍ଟ ସେୟାର କରନ୍ତି କଙ୍ଗନା । ଏଥର ଯେଉଁ ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ତାହା ସୋସିଆଲ୍ ମିଡିଆରେ ନିଆଁ ଲଗାଇଦେଇଛି । ଏଥର ସେ ଏକ ଧଳା ଶାଢ଼ୀ ପିନ୍ଧି ଫଟୋ ସୁଟ୍ କରିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।


ସେୟାର କରିଥିବା ଫଟୋରେ କଙ୍ଗନା ଧଳା ଶାଢ଼ୀ ସହ କଳା ଚଷମାରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ଲୁକ୍ ଭାଇରାଲ୍ ହେବାରେ ଲାଗିଛି ।


କଙ୍ଗନାଙ୍କ ଏହି ଷ୍ଟାଇଲ୍ ଖୁବ୍ ନୁଆ ଲାଗୁଛି । ଗୋଟିଏ ସାଉଥ୍ ଇଣ୍ଡିଆନ୍ ଷ୍ଟାଇଲ୍ ର ଶାଢ଼ୀଟି ପିନ୍ଧିଛନ୍ତି । ସେଥିରେ ଗୋଲ୍ଡେନ୍ କଲର୍ ବୋର୍ଡର ହୋଇଛି ।


କଙ୍ଗନା ଧଳା ଶାଢ଼ୀ ସହ ବ୍ୟାକ୍ ଲେସ୍ ବ୍ଲାଉଜ୍ ରେ ନଜର ଆସିଛନ୍ତି ଏବଂ ମଥାରେ କଳା ବିନ୍ଦି ଲଗାଇଛନ୍ତି ।


ଏହି ପୋଷ୍ଟରେ ସେ ଏକ ସାୟରୀ ଲେଖିଛନ୍ତି । କାରଣ ସେ କବିତା ଓ ସାୟରୀ ଲେଖିବାକୁ ପସନ୍ଦ କରନ୍ତି । ତେଣୁ ତାଙ୍କର ଅଧିକାଂଶ ପୋଷ୍ଟର କ୍ୟାପସନ୍ ରେ ସାୟରୀ ଲେଖାଥାଏ ।


କଙ୍ଗନାଙ୍କ ଅପକମିଂ ପ୍ରୋଜେକ୍ଟ କଥା ଯଦି କହିବା ତେବେ ତାଙ୍କର “ଥଲାଇଭି’ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା । ଯାହାକୁ ଫ୍ୟାନ୍ସମାନଙ୍କ ରେସପନ୍ସ ଖୁବ୍ ଭଲ ମିଳିଥିଲା । ହେଲେ ଫିଲ୍ମ ରିଲିଜ୍ ହେବା ପୁର୍ବରୁ କରୋନା ଏହା ଉପରେ ବ୍ରେକ୍ ଲଗାଇଦେଇଛି ।

Get real time updates directly on you device, subscribe now.