ନିର୍ଦ୍ଦେଶକଙ୍କ କଥା ଶୁଣିଲେନି; ବେଡ଼୍ ରୁମ୍‌ରେ ହିରୋଙ୍କୁ କିସ୍ ପରେ କିସ୍ କରୁଥିଲେ ଅଭିନେତ୍ରୀ

ନେହଲ କହିଛନ୍ତି, ଦିନେ ସମୟ ଥିଲା ସାଧାରଣ ରୋଲ କରୁଥିଲି। କିନ୍ତୁ ଲୋକଙ୍କ ନଜର ପଡ଼ୁନଥିଲା। ଆଉ ଯେତେବେଳେ ବୋଲ୍ଡ ଇଣ୍ଟିମେଣ୍ଟ ସିନ୍ କଲି, ସେତେବେଳେ ଲୋକେ ଚିହ୍ନିଲେ ଓ ଜାଣିଲେ।

ମୁମ୍ବାଇ: ଚଳଚ୍ଚିତ୍ରରେ ଅନେକ ସମୟରେ ଇଣ୍ଟିମେଟ୍ ସିନ୍ସ ଦେଖିବାକୁ ମିଳିଥାଏ। ଏଥିପାଇଁ ଅନେକ ସମୟରେ ହିରୋଇନ୍ ଚର୍ଚ୍ଚାକୁ ଆସିଥାନ୍ତି। ବେଳେ ବେଳେ ଏମିତି ହୁଏ ସେମାନଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥାଏ। ଯେଉଁଥିପାଇଁ ଅନେକ ଅଭିନେତ୍ରୀ ବୋଲ୍ଡ ଇଣ୍ଟିମେଟ ସିନ୍ସ କରିବାକୁ କୁଣ୍ଠାବୋଧ କରନ୍ତି। କିନ୍ତୁ ଏପରି ଜଣେ ସୁନ୍ଦରୀ ଅଛନ୍ତି, ଯିଏ ଇଣ୍ଟିମେଟ ସିନ କରିବା ଭିତରେ ମଜି ଯାଇଥିଲେ। ନିର୍ଦ୍ଦେଶକ କଟ୍ କହିବା ପରେ ମଧ୍ୟ ହିରୋଙ୍କୁ କିସ୍ କରି ଚାଲିଥିଲେ। ସିଏ ହେଉଛନ୍ତି ନେହଲ ୱାଡୋଲିଆ।

‘ତାରକ ମେହେତା କା ଉଲ୍‌ଟା ଚଷମା’ ଶୋ’ର ଅଭିନେତ୍ରୀ ହେଉଛନ୍ତି ନେହଲ ୱାଡୋଲିଆ। ସେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି; ମୁଁ ଏକ ୱେବ ସିରିଜରେ ଶୁଟିଂ କରୁଥିଲେ। ସେଥିରେ ମୋ ବିପକ୍ଷରେ ଯେଉଁ ଅଭିନେତା ଥିଲେ ସେ ବହୁତ ଭଲ ଥିଲେ।

ତେଣୁ କିସିଂ ସିନ୍ ଶୁଟିଂ କରିବାରେ ଅସୁବିଧା ହେଲାନାହିଁ। ଆମେ ଏକ ରୁମକୁ ଗଲୁ। ଆଉ ମୁଁ ତାଙ୍କୁ କିସ୍ କରୁଥିଲି। ଏହାରି ଭିତରେ ନିର୍ଦ୍ଦେଶକ ମାଇକ ଧରି ମନିଟର ରୁମରେ କଟ କଟ୍ କହୁଥିଲେ। ହେଲେ ମୁଁ ବାରମ୍ବାର କିସ୍ କରି ଚାଲିଥିଲି। ତାଙ୍କ କଥା ଶୁଣିନଥିଲି। ଯେତେବେଳେ ହିରୋ ମନା କଲେ, ସେତେବେଳେ କିସ୍ ସିନ କଟ୍ ହେଲା। ସେଥିପାଇଁ ମୁଁ ବହୁତ ଲଜ୍ଜିତ ହୋଇଥିଲି ବୋଲି ନେହଲ କହିଥିଲେ।

ନେହଲ କହିଛନ୍ତି, ଦିନେ ସମୟ ଥିଲା ସାଧାରଣ ରୋଲ କରୁଥିଲି। କିନ୍ତୁ ଲୋକଙ୍କ ନଜର ପଡ଼ୁନଥିଲା। ଆଉ ଯେତେବେଳେ ବୋଲ୍ଡ ଇଣ୍ଟିମେଣ୍ଟ ସିନ୍ କଲି, ସେତେବେଳେ ଲୋକେ ଚିହ୍ନିଲେ ଓ ଜାଣିଲେ। ଯେଉଁଥିପାଇଁ ଏବେ ଏବେ ମୁଁ ଇଣ୍ଟିମେସି କୋଅର୍ଡିନେଟର ହୋଇଯାଇଛି। ଫିଲ୍ମ ଓ ୱେବ ସିରିଜରେ ଇଣ୍ଟିମେଣ୍ଟ୍ ସିନ୍ସ ଶୁଟ୍ କରିବାରେ ଷ୍ଟାର ପାଲଟି ଯାଇଛନ୍ତି। ଏପରିକି ମୁଁ ନିର୍ଦ୍ଦେଶକଙ୍କୁ ଗାଇଡ଼ ମଧ୍ୟ କରୁଛି। ଅଭିନେତାଙ୍କୁ ସହଜ ଅନୁଭବ କରାଇବା ପାଇଁ ‘ଇଣ୍ଟିମେସି କୋର୍ଡିନେଟର’ ନିଯୁକ୍ତ କରାଯାଏ। ଯାହାଫଳରେ ବୋଲ୍‌ଡ ଇଣ୍ଟିମେସି ସିନ୍ କରିବା କଷ୍ଟକର ହୁଏନାହିଁ।

ସେ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ୱେବ ସିରିଜରେ ଯେଉଁ ଇଣ୍ଟିମେସି ସିନ୍ସ ଥାଏ, ତାହା ଆମେ ନୁହେଁ, ବରଂ ନିର୍ଦ୍ଦେଶକ ଷ୍ଟୋରୀ ହିସାବରେ ଲେଖନ୍ତି। ଏହି ସବୁ ସିନ୍ସ ସ୍କ୍ରିପ୍ଟ ହିସାବରେ ତିଆରି କରାଯାଏ। କିନ୍ତୁ ଏହି ଇଣ୍ଟିମେଟ ସିନ୍ସର ରିଟେକ କରାଯାଏ ନାହିଁ।