fbpx

SEBI ଓ DRIର ତଦନ୍ତର ସାମନା କଲେ ଅଦାମୀ, ନିବେଶକ ହରାଇଲେ ୧୮ହଜାର ୭୫୦ କୋଟି

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍ ଉପରେ ପଡ଼ିଛି ଚଡ଼କ । ଗତ ୬ ଦିନ ଭିତରେ ନିବେଶକ ହରାଇଲେଣି ୧୮ହଜାର ୭୫୦ କୋଟି ଟଙ୍କା । ଆଉ ଏବେ ଗୃହରେ ଅଦାମୀ ଗ୍ରୁପ୍ ବିଷୟରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ବଡ଼ ତଥା ଗରୁତ୍ୱପୁର୍ଣ୍ଣ କଥା କହିଛନ୍ତି । ଚୌଧୁରୀ କହିଛନ୍ତି ଯେ ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଏବଂ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଅଦାମୀ ଗ୍ରୁପ୍ର କିଛି କମ୍ପାନୀକୁ ଯାଞ୍ଚ କରୁଛନ୍ତି। ଏହି ଅନୁସନ୍ଧାନ ସେବିର ନିୟମାବଳୀ ସହିତ ଜଡିତ । ଏହି ଖବର ପ୍ରସାରିତ ହେବା ପରେ ଅଦାମୀ ଗ୍ରୁପର ସେୟାରରେ ବହୁତ ହ୍ରାସ ଘଟିଛି । ସେୟାର୍ ୨.୪୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି । ଏହି କମ୍ପାନୀ ମଧ୍ୟରେ ରହିଛି ଅଦାନୀ ପାୱାର୍, ଅଦାନୀ ଗ୍ରୀନ ଏନର୍ଜି, ଅଦାନୀ ଗ୍ୟାସ୍, ଅଦାନୀ ଟ୍ରାନ୍ସ ମିଶନ୍ ଏବଂ ଅଦାନୀ ପୋର୍ଟସ୍ ଆଣ୍ଟ ସ୍ପେଶାଲ୍ ଜୋନ୍ ।

ଇତି ମଧ୍ୟରେ ଅଦାମୀ ଗ୍ରୁପ୍ ସମ୍ପର୍କରେ ଆଉ ଏକ ଖବର ଏବେ ଚର୍ଚ୍ଚାରେ ରହିଛି । ଗୁଜୁରାଟର ଭୁଜରେ ଥିବା ଅଦାମୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ମେଡିକାଲ୍ କଲେଜ୍ ରେ ଦୁଷିତ ପାଣି କାରଣରୁ ୫୦ରୁ ଅଧିକ ଜର ଛାତ୍ର ଅସୁସ୍ଥ ହୋଇଯାଇଛନ୍ତି । ଏହି ଛାତ୍ର ମାନେ ହଷ୍ଟେଲ୍ ରେ ଦୁଷିତ ପାଣି ପିଇ ଅସୁସ୍ଥ ହୋଇଛନ୍ତି । କିଛି ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି । ମାମଲା ସାମନାକୁ ଆସିବା ପରେ ଟ୍ୟାଙ୍କର୍ ସାହାଯ୍ୟରେ ହଷ୍ଟେଲରେ ପାଣି ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.