fbpx

ଜୁନରୁ ବଦଳିବ Team Indiaର ଜର୍ସି: ‘KILLER’ର ହାତ ଛାଡି ‘ADIDAS’ ସହ ଚୁକ୍ତି କଲା BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଜର୍ସିରେ ହେବ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆର କିଟ ସ୍ପନସର କିଲର(Killer) ଏବେ ଭାରତର ହାତ ଛାଡିବାକୁ ଯାଉଛି । ଏଣିକି କିଲର(Killer) ଜାଗାରେ ଭାରତୀୟ ଦଳକୁ ସ୍ପନସର କରିବ ଆଉ ଏକ କମ୍ପାନୀ ‘ଆଦିଦାସ’ (Adidas) । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ(BCCI) ଚୁକ୍ତି କରିସାରିଛି । ଖୁବଶୀଘ୍ର ‘କିଲର’କୁ ଏହି କମ୍ପାନୀ ରିପ୍ଲେସ କରିବ ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

୨୦୨୩ର ନୂଆବର୍ଷରେ ଭାରତ ପାଇଁ ନୂଆ କିଟ ସ୍ପନସର ହୋଇଥିଲା ‘କିଲର’ । ‘ଏମପିଏଲ’କୁ ଜାଗାରେ ଟିମ ଇଣ୍ଡିଆର କିଟ ସ୍ପନସର ପାଇଁ ବିସିସିଆଇ ସହ ଚୁକ୍ତି କରିଥିଲା ଏହି କମ୍ପାନୀ । କିନ୍ତୁ ଏବେ କିଲର ମଧ୍ୟ ଭାରତୀୟ ଦଳର ହାତ ଛାଡିବ ବୋଲି ଜଣାଯାଇଛି । ସ୍ପୋର୍ଟସ କମ୍ପାନୀ ‘ଆଦିଦାସ’ ଭାରତର ନୂଆ କିଟ୍ ସ୍ପନସର ଭାବେ ବିସିସିଆଇ ସହ ଚୁକ୍ତି କରିଛି । ଆସନ୍ତା ଜୁନ ୨୩ ତାରିଖରୁ କିଲର ସ୍ଥାନରେ ‘ଆଦିଦାସ’ ଲୋଗୋ ଥିବା ଜର୍ସି ପିନ୍ଧିବେ ଇଣ୍ଡିଆନ ପ୍ଲେୟର । ବିସିସିଆଇ ‘ଆଦିଦାସ’ ସହ ୫ ବର୍ଷିଆ ଚୁକ୍ତି କରିଥିବା ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ଦଳର ନୂଆ କିଟ୍ ପାର୍ଟନର ‘ଆଦିଦାସ’କୁ ସ୍ୱାଗତ କରି ଏକ ଟ୍ୱିଟ କରିଛନ୍ତି ବିସିସିଆଇର ସଚିବ ଜୟ ଶାହ । ସେ କହିଛନ୍ତି ଯେ, ‘ଆଦିଦାସ ସହିତ କିଟ୍ ପ୍ରାୟୋଜକ ଭାବରେ ଚୁକ୍ତି ଘୋଷଣା କରିବାରେ ଖୁସି ଲାଗୁଛି । ଆମେ କ୍ରିକେଟକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଏବଂ ଦୁନିଆର ଅଗ୍ରଣୀ ସ୍ପୋର୍ଟସୱିୟର ବ୍ରାଣ୍ଡ ଭିତରୁ ଗୋଟିଏ ବ୍ରାଣ୍ଡ ସହିତ ଚୁକ୍ତିକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ବିସିସିଆଇ ସଚିବ । ବିସିସିଆଇ କିଛି ବର୍ଷରୁ ଲଗାତାର ନ୍ତରାଳରେ କିଟ ସ୍ପନସର ପରିବର୍ତ୍ତନ କରି ଚାଲିଛି ।

କିଲର(Killer) କମ୍ପାନୀ ସେତେ ଲୋକପ୍ରିୟ ବ୍ରାଣ୍ଡ ନ ହୋଇ ମଧ୍ୟ ଭାରତୀୟ ଦଳକୁ ସ୍ପନସର କରିବା ନେଇ ଅନେକ ପ୍ରଶ୍ନ ଉଠୁଥିଲା । ସେପଟେ ଏମପିଏଲ(MPL) ପାଖରେ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ସ୍ପନସରର ଅଧିକାର ଥିଲେ ମଧ୍ୟ କମ୍ପାନୀ ଅଧାରୁ ଭାରତର ହାତ ଛାଡି ଦେଇଥିଲା । ତେବେ କିଲର ଏବଂ ଏମପିଏଲ ପୂର୍ବରୁ ୧୪ ବର୍ଷ ପାଇଁ ଭାରତର କିଟ ସ୍ପନସର ରହିଥିଲା ନାଇକି(Nike) । ୨୦୨୦ରେ ନାଇକିର ଚୁକ୍ତି ସରିବା ପରେ ଭାରତ ଏକ ବଡ ସ୍ପନସର ପାଇଁ ଖୋଜୁଥିଲା । ଯାହା ଏବେ ଆଦିଦାସ(Adidas) ନିକଟରେ ଶେଷ ହୋଇଛି ବୋଲି କୁହାଯାଉଛି ।

Get real time updates directly on you device, subscribe now.