ରିଲରେ କାନ୍ଦୁଥିଲେ; ଏବେ ରିଏଲ ଲାଇଫରେ କାନ୍ଦୁଛନ୍ତି ଅଦିତି

ଅଦିତି ଅଭିଯୋଗରେ ଦର୍ଶାଇଛନ୍ତି, ବିବାହ ପରଠାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ମାଡ଼ ମରାଯାଉଛିି

ମୁମ୍ବାଇ: ରିଲରେ ସବୁ ବେଳେ କାନ୍ଦୁଥିବା ଅଭିନେତ୍ରୀ ଅଦିତି ଶର୍ମା ଆଜି ରିଏଲ ଲାଇଫରେ କାନ୍ଦୁଛନ୍ତି। ନିଜ ଜୀବନ ସାଥୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ। ଏନେଇ ସେ ମୁମ୍ବାଇରେ ଏକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅଦିତି ଶର୍ମା ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ। ‘ସପନୋ କି ଉଁଚି ଉଡାନ୍’, ‘ରବ ସେ ହୈ ଦୁଆ’ ଓ ‘କଲିରେଁ’ ଭଳି ଲୋକପ୍ରିୟ ଟିଭି ଧାରାବାହିକ ପାଇଁ ସେ ଘରେ ଘରେ ପରିଚିତ। ୨୦୨୪ ମସିହାରେ ଅଦିତି ଗୁପ୍ତ ପ୍ରେମ ବିବାହ କରିଥିଲେ। ଏବେ କିନ୍ତୁ ପାରିବାରିକ ନିର୍ଯାତନା ଜାଲରେ ପଡ଼ିଯାଇଛନ୍ତି।

ଅଦିତି ଅଭିଯୋଗରେ ଦର୍ଶାଇଛନ୍ତି, ବିବାହ ପରଠାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ମାଡ଼ ମରାଯାଉଛିି। ସ୍ୱାମୀ, ଶାଶୁ ଓ ନଣନ୍ଦ ତାଙ୍କୁ ନିର୍ଯାତନା ଦେଉଛନ୍ତି। ତାଙ୍କଠାରୁ ସୁନାର ମୂଲ୍ୟବାନ ଅଳଙ୍କାର ଜବରଦସ୍ତି ନେଇଯାଇଛନ୍ତି। ଯେତେ ମାଗିଲେ ମଧ୍ୟ ଦେଉନାହାନ୍ତି।

Uttarakhand Govt.

ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ଏଫଆଇଆର: ଅଦିତି ନିଜ ଏଫଆଇଆରରେ କେବଳ ସ୍ୱାମୀଙ୍କୁ ନୁହେଁ, ବରଂ ଶାଶୁ ଓ ନଣନ୍ଦଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ତାଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ଦିଆଯାଉଥିବା ନିର‌୍ୟାତନାକୁ ଚୁପଚାପ ସହି ଯାଉଥିଲେ। ତେବେ ଦିନକୁ ଦିନ ନିର୍ଯାତନା ବଢ଼ିବାରୁ ପୋଲିସର ଶରଣାପନ୍ନ ହେବାକୁ ପଡ଼ିଲା।

ଜୁଲାଇ ୩୦ ତାରିଖରେ ଅଦିତି ଏନେଇ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ ମାମଲା ରୁଜୁ କରି ସମସ୍ତ ଦିଗରୁ ତଦନ୍ତ କରୁଛି। ପୋଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ଅଭିନେତ୍ରୀ ଆଣିଥିବା ସମସ୍ତ ଅଭିଯୋଗର ଯାଞ୍ଚ କରାଯାଉଛି। ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଉଛି। ତଦନ୍ତ ଶେଷ ହେବା ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ କାହାକୁ ମଧ୍ୟ ଗିରଫ କରିନାହିଁ।

କେବେ ହୋଇଥିଲା ଅଦିତି ଶର୍ମାଙ୍କ ବିବାହ?: ଅଦିତି ଶର୍ମା ଓ ଅଭିନୀତ କୌଶିକ ଜୁନ୍ ୨୦୨୧ରେ ଏକ ଅନଲାଇନ୍ ଆକ୍ଟିଂ କ୍ଲାସ୍ ସମୟରେ ପରସ୍ପରକୁ ଭେଟିଥିଲେ। ଧୀରେ ଧୀରେ ଉଭୟଙ୍କ ଭିତରେ ବନ୍ଧୁତା ହୋଇଥିଲା। ତା’ପରେ ବନ୍ଧୁତା ପ୍ରେମର ରୂପ ନେଇଥିଲେ। ଶେଷରେ ନଭେମ୍ବର ୨୦୨୪ରେ ସେମାନେ ଗୋରେଗାଓଁସ୍ଥିତ ନିଜ ଘରେ ଗୋପନୀୟ ଭାବେ ବିବାହ କରିଥିଲେ। କିନ୍ତୁ ବିବାହର କିଛି ସମୟ ପରେ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ଶାରୀରିକ ଓ ମାନସିକ ନିର‌୍ୟାତନାର ଅଭିଯୋଗ ସାମ୍ନାକୁ ଆସିଥିଲା।