fbpx

ଆଫଗାନିସ୍ତାନ ସୁରକ୍ଷା ବଳ ଗଡ଼ାଇଲେଣି ୨୫୪ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ, ୯୭ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଚାଲିଥିବା ଯୁଦ୍ଧରେ ଏଯାବତ୍ ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ (ଆଣ୍ଡଏସଏଫ) ୨୫୦ ରୁ ଅଧିକ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି । ଏହି ଆକ୍ରମଣରେ ୯୦ ରୁ ଅଧିକ ଆତଙ୍କବାଦୀ ଆହତ ମଧ୍ୟ ହୋଇଛନ୍ତି। ରବିବାର ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଆଫଗାନିସ୍ତାନ ସୁରକ୍ଷା ବାହିନୀ ଗଜନି, କାନ୍ଧାର୍, ହେରାତ, ଫରାହ, ଜୋଜାନ, ବଲ୍ଖ, ସମାଗାନ, ହେଲମନ୍ଦ, ତାଖର, କୁନ୍ଦୁଜ୍, ବଗଲାନ, କାବୁଲ ଏବଂ ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଯେଉଁଥିରେ ୨୫୪ ତାଲିବାନ ଆତଙ୍କବାଦୀ ନିହତ ହେବା ସହିତ ୯୭ ଜଣ ଆହତ ହୋଇଛନ୍ତି ।

ଏହା ବ୍ୟତୀତ ସେମାନଙ୍କ ଠାରୁ ୧୩ଟି ଆଇଡି ଖୋଜି ନିଷ୍କ୍ରିୟ କରାଯାଇଛି । ଆହୁରି ଯୁଦ୍ଧ ପରିସ୍ଥିତି ଜାରି ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଆମେରିକା ସେନା ପ୍ରତ୍ୟାହାର ପରଠାରୁ ତାଲିବାନୀ ମାନେ ଆଫଗାନିସ୍ତାନର ଅଧାରୁ ଅଧିକ ଜିଲ୍ଲାକୁ ଦଖଲ କରିସାରିଲେଣି । ଏହି କ୍ରମରେ ପ୍ରାୟ ୧୯୩ ଜିଲ୍ଲା ଓ ୧୯ଟି ସୀମାବର୍ତ୍ତୀ ଜିଲ୍ଲା ଉପରେ କବଜା କରିସାରିଛି ତାଲିବାନ୍ । ସେମାନେ ତଖର, କୁନ୍ଦୁଜ୍, ବଦଖ୍ଶା, ହେରାତ୍ ଏବଂ ଫରାହ ପ୍ରଦେଶ ଅର୍ଥାତ୍ ପୂରା ଦେଶର ୧୦ଟି ସୀମା ପାର୍ କରିହେଉଥିବା ପଏଣ୍ଟସ୍ ଉପରେ କବଜା କରିସାରିଲେଣି । ଯଦ୍ୱାରା ଏହି ପଟରୁ ହେଉଥିବା କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

Get real time updates directly on you device, subscribe now.