ଭାଷଣରେ ପାକିସ୍ତାନକୁ ଧୋଇଦେଲେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ; ଭାରତକୁ ବନ୍ଧୁ କହିଲେ, ପାକିସ୍ତାନକୁ ଚେତାବନୀ ଦେଲେ…
ଶାନ୍ତିର ବାଟ ଆପଣାଇବାକୁ ନିର୍ଦ୍ଦେଶ ଦେଲେ...
ନୂଆଦିଲ୍ଲୀ: ପାକିସ୍ତାନକୁ ଟାର୍ଗେଟ କଲେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ । ଭାରତକୁ ଆସି ଭାରତର ପ୍ରଶଂସା କରିବା ସହ ପାକିସ୍ତାନକୁ ନାଲି ଆଖି ଦେଖାଇଲେ । ଆତଙ୍କବାଦକୁ ସମର୍ଥନ ଦେଉଥିବାରୁ ଏହା ବହୁତ ଖରାପ ହେବ ବୋଲି କହି ଟାର୍ଗେଟ କଲେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକି ।
ଏହାଛଡା ସେ କହିଥିଲେ କି ଆଫଗାନିସ୍ତାନରେ ଅନେକ ଆତଙ୍କୀଗୋଷ୍ଠୀ ଆତଙ୍କ ଖେଳାଇ ଆସୁଥିଲେ । ଯେପରିକି ଲସ୍କର-ଇ-ତାଇବା ଓ ଜୈଶ-ଇ-ମହମ୍ମଦ ଭଳି ଆତଙ୍କୀଗୋଷ୍ଠୀ ଆଫଗାନିସ୍ତାନ ଓ ପାକିସ୍ତାନରେ ନିଜର ଆଡ୍ଡା ଜମାଇଥିଲେ ।
ମାତ୍ର ବର୍ତ୍ତମାନ ଆଫଗାନିସ୍ତାନ ସେମାନଙ୍କୁ ଦେଶରୁ ବିତାଡିତ କରିବା ଦିଗରେ କାମ କରୁଛି । ଏପରିକି ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ କହିବା ଅନୁଯାୟୀ ଦୀର୍ଘ ୪ ବର୍ଷ ହେବ ଏହି ଆତଙ୍କୀକୁ ଦେଶରୁ ବିଦା କରିବା ଦିଗରେ ତାଲିବାନ ସରକାର କାମ କରୁଥିଲେ ।
ଆଉ ଏବେ ତାହା ସଫଳ ହୋଇଛି । ଗତ ୪ ବର୍ଷ ମଧ୍ୟରେ ତାଲିବାନ ସମସ୍ତ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରୁ ଭଗାଇବାରେ ସଫଳ ହୋଇଛି । ତେବେ ସେମାନେ ବର୍ତ୍ତମାନ ଶାନ୍ତିର ପଥ ଆପଣାଇ ଥିବା ବେଳେ ପାକିସ୍ତାନକୁ ମଧ୍ୟ ଏହି ସମାନ ନିତୀ ଅନୁସରଣ କରିବା ପାଇଁ ସେ କହିଛନ୍ତି ।
ଏହାସହ ସେ କହିଥିଲେ । କି ଏବେ ଆଫଗାନିସ୍ତାନରେ ରେ ରହିବା ତ ଦୁରର କଥା ଗୋଟିଏ ଇଁଚ ଯାଗାରେ ମଧ୍ୟ ଆତଙ୍କବାଦୀଙ୍କ ଅଧିକାର ନାହିଁ । ୨୦୨୧ ମସିହାରୁ ଆମର ଅପରେସନ ଆରମ୍ଭ ହୋଇଥିଲା ଆଉ ତାହା ଏବେ ସଫଳ ହୋଇଥିବା ସେ କହିଛନ୍ତି ।
କାହିଁକି ଭାରତ ଆସିଥିଲେ ବୈଦେଶିକ ମନ୍ତ୍ରୀ: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକି କିଛି ଦିନ ଭାରତ ଗସ୍ତରେ ଆସିଛନ୍ତି ।ଏହି ସମୟରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୈଶଙ୍କରଙ୍କ ସହ ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ମଜବୁତ କରିବା ପାଇଁ ଆଲୋଚନା କରିଛନ୍ତି । ଏହି ସମୟର ଜୈଶଙ୍କର କହିଥିଲେ କି ଖୁବଶୀଘ୍ର କାବୁଲରେ ଭାରତର ତରଫରୁ ଏକ ଦୂତାବାସ କରାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ସେ ଆତଙ୍କବାଦ ପାଇଁ ପାକିସ୍ତାନକୁ ସିଧା ସିଧା ଟାର୍ଗେଟ କରିଥିଲେ । ସେ କହିଥିଲେ କି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଆଉ ଏଥିପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ସେ କହିଥିଲେ ।
