fbpx

ଆହୁରି ଶକ୍ତିଶାଳୀ ହେବେ ଆତଙ୍କୀ: ତାଲିବାନ୍‌ରେ ମିଶିଲେ ହଶମତ୍‌ ଘନି

ଆଫଗାନିସ୍ତାନ: ନିଜ ଜୀବନକୁ ବଞ୍ଚାଇବା ପାଇଁ ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆତ୍ମଗୋପନ କରିଥିବା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସାନ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ସହ ହାତ ମିଳାଇଛନ୍ତି । ତେବେ ଅଲ୍‌ହାଜ ଖଲିଲ- ଉର ରହମାନ ହକ୍କାନୀଙ୍କ ସହ ଆଲୋଚନା କରିବା ପରେ ସେ ତାଲିବାନକୁ ସମର୍ଥ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ହଶମତ୍‌ ଘନି ତାଲିବାନଙ୍କୁ ପୂରା ମାତ୍ରାରେ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ । ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପୂର୍ବରୁ ଦେଶ ଛାଡି ପଳାଇଥିଲେ ପୂର୍ବତନ ରାଷ୍ଟ୍ରପତି ଅସ୍‌ରଫ ଘନି । ସାରା ଦେଶରେ ବିଦ୍ୱେଷ ଲାଗି ରହିଥିବାବେଳେ ରାଷ୍ଟ୍ରପତିଙ୍କର ଏପରି ଦେଶ ଛାଡ଼ି ପଳାୟନ କରିବା ଘଟଣାକୁ ସବୁ ଦେଶ ନିନ୍ଦା କରିଥିଲେ । ଦେଶ ଛାଡ଼ିବାର ୪ ଦିନ ପରେ ଅସରଫ୍‌ ଘନି ଦେଶବାସୀ ତଥା ସାରା ବିଶ୍ୱକୁ ବାର୍ତ୍ତା ଦେଇ କହିଥିଲେ ଯଦି ମୁଁ ଆଫଗାନିସ୍ତାନ ଛାଡ଼ି ଆସି ନ ଥାନ୍ତି ତେବେ ଦେଶରେ ରକ୍ତପାତ ହୋଇଥାନ୍ତା । ଯାହାର ଫଳ ସ୍ୱରୂପ ଅନେକଙ୍କ ଜୀବନ ହାନୀ ଘଟିଥାନ୍ତା । ତେବେ ଘନି ୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହ ଦେଶ ଛାଡ଼ି ପଳାଇ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଚାଲିଥିଲା । ପରବର୍ତ୍ତୀ ସମୟରେ ଅସରଫ ଘନି ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ।

ଏକ ବିବୃତ୍ତରେ ସେ କହିଥିଲେ ଯେ, ଦେଶରେ ରକ୍ତ ବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛନ୍ତି । ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା । ଗତ ୨୦ ବର୍ଷ ଧରି ଯେଉଁ ଦେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କରିଛି, ସେହି ଦେଶର ଅଗଣିତ ଆଫଗାନବାସୀ ସହିଦ ହୋଇଥାନ୍ତେ ଏବଂ ସେମାନେ କାବୁଲ୍‌ ସହରର ବିନାଶ ଦେଖିଥାନ୍ତେ । ଦେଶବାସୀଙ୍କ ସମ୍ମାନ, ଧନ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ ତାଲିବାନ ହିଁ ଦାୟୀ ବୋଲି କହିଥିଲେ ଅସରଫ୍‌ ଘନି ।

Get real time updates directly on you device, subscribe now.