fbpx

ଟୋକିଓ ପାରାଅଲିମ୍ପିକ୍ସ ଉଦ୍‌ଘାଟନୀରେ ସ୍ଥାନ ପାଇବ ଆଫଗାନିସ୍ତାନ ଜାତୀୟ ପତାକା

ଟୋକିଓ: ତାଲିବାନ ଆତଙ୍କବାଦୀ ବଳପୂର୍ବକ ଆଫଗାନିସ୍ତାନ ଶାସନ କ୍ଷମତା ଅକ୍ତିଆର କରି ନେବା ପରେ ଦେଶରେ ଅପ୍ରୀତିକର ପରିସ୍ଥିତି ଜାରି ରହିଛି । ମୁଖ୍ୟତଃ କାବୁଲ ବିମାନ ବନ୍ଦରରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେଠାରୁ ଅନ୍ୟ ଦେଶକୁ କମର୍ସିଆଲ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ତେଣୁ ଆଫଗାନିସ୍ତାନ ପାରା ଆଥଲେଟ୍‌ ମାନେ ଚଳିତ ଟୋକିଓ ପାରା ଅଲିମ୍ପିକ୍ସରେ ଭାଗ ନେବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ତେବେ ଏକ ବଡ ନିଷ୍ପତ୍ତି କ୍ରମେ ଟୋକିଓ ପାରା ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ସ୍ଥାନ ପାଇବ ଆଫଗାନିସ୍ତାନ ଜାତୀୟ ପତାକା ।

ଅନ୍ତର୍ଜାତୀୟ ପାରା ଅଲିମ୍ପିକ କମିଟି ମୁଖ୍ୟ ଆଣ୍ଡ୍ର‌୍ୟୁ ପାରସନ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାତିସଂଘ ହାଇ କମିଶନର କାର୍ଯ୍ୟାଳୟର ଜଣେ ଶରଣାର୍ଥୀ ପ୍ରତିନିଧି ଟୋକିଓ ପାରା ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ମାର୍ଚ୍ଚପାଷ୍ଟରେ ଆଫଗାନିସ୍ତାନ ଜାତୀୟ ପତାକା ଧରିବେ । ଏଭଳି କଠିନ ପରିସ୍ଥିତିରେ ଆଫଗାନିସ୍ତାନ ଆଥଲେଟଙ୍କ ପ୍ରତି ସମ୍ମାନପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରା ଯାଇଛି ।

Get real time updates directly on you device, subscribe now.