fbpx

(video)ପର ଘର ସଫା କରି ଭିଡିଓ ବନାନ୍ତି , ରୋଜଗାର ଜାଣିଲେ ଆପଣ ବି ଧରିବେ ଝାଡୁ ଏବଂ ଆରମ୍ଭ କରିବେ ସଫେଇ କାର୍ଯ୍ୟ

ନୂଆଦିଲ୍ଲୀ : ସମସ୍ତେ ନିଜ ଘରକୁ ସଫା ରଖିବାକୁ ପସନ୍ଦ କରନ୍ତି, କିନ୍ତୁ ଅଳିଆ ଆବର୍ଜନାକୁ ଅନ୍ୟ ଘର ଆଗରେ ପକାଇବାକୁ ପଛାନ୍ତି ନାହିଁ । ସାଫେଇ କାର୍ଯ୍ୟକୁ ନେଇ ଆଜିକାଲି ଜଣେ ମହିଳା ବହୁତ ଚର୍ଚ୍ଚାରେ ଅଛନ୍ତି କାରଣ ସେ ଅନ୍ୟ ଘରକୁ ଯାଇ ମାଗଣାରେ ସଫା କରନ୍ତି ଏବଂ ବାଥରୁମ ଠାରୁ ରୋଷେଇ ଘର ସବୁ ଚକାଚକ୍ କରି ଦିଅନ୍ତି ।

ଇନଫ୍ଲୁଏନ୍ସର ଶବ୍ଦ ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧ । ଏମାନେ ହେଉଛନ୍ତି ବିଭିନ୍ନ ବିଷୟ ଉପରେ ଜ୍ଞାନ ଥିବା ଏବଂ ଅନ୍ୟମାନଙ୍କୁ ପ୍ରଭାବିତ କରୁଥିବା ବ୍ୟକ୍ତି । କିନ୍ତୁ ବର୍ତ୍ତମାନ ଏକ ନୂଆ ଶବ୍ଦ ମଧ୍ୟ ଟ୍ରେଣ୍ଡରେ ଅଛି । ଏହାକୁ କ୍ଲିନଫ୍ଲୁଏନ୍ସର୍ କୁହାଯାଏ । ଏମାନେ ସେହି ଲୋକ ଯେଉଁମାନେ ଲୋକଙ୍କ ଘରକୁ ଯାଇ ମଇଳା ବାହାର କରନ୍ତି, ଅଳିଆ ଉଠାନ୍ତି ଏବଂଭିଡିଓ ମଧ୍ୟ ବନାନ୍ତି ।

 

View this post on Instagram

 

A post shared by 𝘈𝘶𝘳𝘪 (@aurikatariina)

ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଯେ ଇନଷ୍ଟାଗ୍ରାମରେ ତାଙ୍କର ୨୬ ଲକ୍ଷରୁ ଅଧିକ ଅନୁସରଣକାରୀ ଥିବାବେଳେ ୟୁଟ୍ୟୁବରେ ୨୦ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି।

ଏଠାରେ ପ୍ରଶ୍ନ ଆସୁଥିବ ଯେ , ଏତେ ଟଙ୍କା ରୋଜଗାର କରନ୍ତି କିପରି ? ସେ ୫୯୦୦୦ ରୁ ୯୮୦୦୦ ଟଙ୍କା ରୋଜଗାର କରନ୍ତି, ତେଣୁ ଅନୁମାନ କରିପାରୁଥିବେ ଯେ ସେ କେତେ ଭିଡିଓ ପୋଷ୍ଟ କରନ୍ତି , କେତେ ରୋଜଗାର କରନ୍ତି ।

Get real time updates directly on you device, subscribe now.