fbpx

ସ୍ତ୍ରୀକୁ ବେହୋସ୍ କରି ମୁହଁରେ ପୁରାଇଲା ଏଲପିଜି ଗ୍ୟାସ୍ ପାଇପ୍, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ

ଇଟାରସି: ମଧ୍ୟପ୍ରଦେଶ ଇଟାରସୀ ରେଳ ଷ୍ଟେସନରେ ରହିଥିବା ଏକ ଟ୍ରେନରେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ଏହି ଅଭିଯୁକ୍ତ ମୁମ୍ବ୍ରାରେ ନିଜ ପତ୍ନୀଙ୍କୁ ଅତି ନର୍ମମ ଭାବେ ହତୃା କରି ଝିଅକୁ ନେଇ ଫେରାର୍ ହୋଇଥିଲା । ମୋବାଇଲ ଲୋକେସନ୍ ଟ୍ରେସ୍ କରି ଏହି ଅଭିଯୁକ୍ତକୁ ଇଟାରସୀ ରେଳ ଷ୍ଟେସନରେ ଥିବା ଏକ ଏକ୍ସପ୍ରେସରୁ ଗିରଫ କରିଛି ପୋଲିସ ।

ତେବେ ମୁମ୍ବ୍ରାର ଜୀବନବାଗ ବୁରହାନି ଅଞ୍ଚଳରେ ରହୁଥିବା ଶାହନୱାଜ ସୈଫି ନିଜ ପତ୍ନୀ ସଦଫ ସୈଫିକୁ ହତ୍ୟା କରିବା ପରେ ୨ ବର୍ଷର ଝିଅକୁ ନେଇ ଫେରାର ହୋଇଥିଲା । ପୋଲିସ ଅଭିଯୁକ୍ତି ଶାହନୱାଜକୁ ମଧ୍ୟପ୍ରଦେଶର ଇଟାରସି ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ୍ସପ୍ରେସରୁ ଗିରଫ କରିଛି । ପୋଲିସର କହିବା ମୁତାବକ, ସଦଫ ଓ ଶାହନୱାଜ ଦୁହେଁ ପ୍ରେମ ବିବାହ କରିଥିଲେ । ଗତ କିଛି ଦିନ ହେବ ଦୁହେଁ ଅଧିକ ଝଗଡ଼ା କରୁଥିଲେ । ୧ ସେପ୍ଟେମ୍ବରରେ ବି ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଝଗଡ଼ା ପରେ ଶାହନୱାଜ ନିଜ ପତ୍ନୀଙ୍କୁ କିଛି ନିଶାଦ୍ରବ୍ୟ ଖୁଆଇଥିଲା । ସଦଫ ବେହୋସ୍ ହେବା ପରେ ତାଙ୍କ ଶରୀରର କିଛି ଅଂଶ ଶାହନବାଜ ଜଳାଇଦେଇଥିଲା । ଏହା ପରେ ରୋଷେଇ ଗ୍ୟାସର ପାଇପ୍ ସଦଫ ମୁହଁରେ ଲଗାଇ ବାହାରୁ ଘରର କବାଟ ବନ୍ଦ କରିଥିଲା ଓ ନିଜ ଝିଅକୁ ନେଇ ଫେରାର ହୋଇଥିଲା ଶାହନୱାଜ । କିନ୍ତୁ ମୋବାଇଲ ଲୋକେସନ୍ ଟ୍ରେସ୍ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ମହାରାଷ୍ଟ୍ର ପୋଲିସ ।

Get real time updates directly on you device, subscribe now.