fbpx

ଋତୁସ୍ରାବ ପରେ ମହିଳାଙ୍କ ମସ୍ତିଷ୍କରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ, ଜାଣନ୍ତୁ ଏନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ମହିଳାଙ୍କୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ମହିଳାଙ୍କ ଋତୁସ୍ରାବକୁ ନେଇ ଏକ ନୂଆ ରିସର୍ଚ୍ଚ ରିପୋର୍ଟ ହସ୍ତଗତ ହୋଇଛି । ଋତୁସ୍ରାବ ପରେ ମହିଳାଙ୍କ ମସ୍ତିଷ୍କରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ସମୟରେ ସେମାନଙ୍କ ମସ୍ତିଷ୍କରେ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବାୟୋମାର୍କର ବୃଦ୍ଧି ପାଇଥାଏ ।

ରିସର୍ଚ୍ଚ ମୁତାବକ, ଋତୁସ୍ରାବ ପରେ ମହିଳାଙ୍କ ମସ୍ତିଷ୍କରୁ ସେମାନଙ୍କ ବୟସର ପୁରୁଷଙ୍କ ଅପେକ୍ଷା ଅଧିକ ବାୟୋମାର୍କର ମିଳିଥାଏ । ତାହାକୁ ହ୍ୱାଇଟ ମୈଟର ହାଇପରଇଣ୍ଟେସିଟିଜ କୁହାଯାଏ । ହ୍ୱାଇଟ ମୈଟର ହାଇପରଇଣ୍ଟେସିଟିଜ ମସ୍ତିଷ୍କରେ ଏକ କ୍ଷୁଦ୍ର କ୍ଷତ ସଦୃଶ ହୋଇଥାଏ, ଯାହାକି ବୟସ ବଢ଼ିବା ସହିତ ବ୍ଲଡ ପ୍ରେସରକୁ ଅସନ୍ତୁଳନ କରାଇଥାଏ ।

ଆଉ କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାୟୋମାର୍କରଗୁଡ଼ିକ ଷ୍ଟ୍ରୋକ, ଅଲଜାଇମର ପରି ବିପଦର ଆଶଙ୍କା ସୃଷ୍ଟି କରିଥାଏ । ଜର୍ମାନ ସେଣ୍ଟର ଅଫ୍ ନ୍ୟୁରୋଡିଜନେରେଟିଭ ଡିଜିଜର ଜଣେ ଗବେଷକଙ୍କ ମତରେ, ବୟସ ବଢ଼ିବା ସହିତ ହ୍ୱାଇଟ ମୈଟର ହାଇପରଇଣ୍ଟେସିଟିଜ ବୃଦ୍ଧି ପାଇଥାଏ । ତେବେ ଏହାର ଅର୍ଥ ନୁହେଁ ଯେ ଏହାଦ୍ୱାରା ସର୍ବଦା ଷ୍ଟ୍ରୋର ସମ୍ଭାବନା ରହିଥାଏ ।

Get real time updates directly on you device, subscribe now.