fbpx

ମିଛ ହତ୍ୟା ମାମଲାରେ ଜେଲରେ କଟିଲା ୧୪ ବର୍ଷ: ଏବେ ହେଲେ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ, ୬ା୩: ଏକ ମିଛ ହତ୍ୟା ମାମଲାରେ ୧୪ ବର୍ଷ ଜେଲରେ ରହିବା ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ ଘଟଣା ସମୟରେ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିମ୍ନ ଅଦାଲତ ସାକ୍ଷୀଙ୍କୁ ବୁଝିବାରେ ଭୁଲ କରିଛନ୍ତି ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି ।

୧୪ ବର୍ଷ ପୂର୍ବରୁ ଘଟିଥିବା ମାମଲାରେ ଅଭିଯୁକ୍ତ ହକି ଷ୍ଟିକ୍, ଛୁରୀ ଓ ପୁସ୍ତଲରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଡାକ୍ତରୀ ରିପୋର୍ଟ ମୁତାବକ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା ବୋଲି କୋର୍ଟ କହିଛନ୍ତି । କେବଳ ବେକରେ ଗୁଳି ବାଜି ଥିଲା । । ଅଭିଯୁକ୍ତମାନେ ଆହତଙ୍କୁ ଛୁଇଁନଥିଲେ । ଟ୍ରାଏଲ କୋର୍ଟ ଏସବୁ ଦିଗ ଉପରେ ବିଚାର କରିନାହାନ୍ତି । ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରି ହାଇକୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Get real time updates directly on you device, subscribe now.