fbpx

ତୁନିଶାଙ୍କ ପରେ ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତା: ୯ ବର୍ଷ ପୂର୍ବ ଅଭିନୟରେ ପାଦ ଥାପିଥିଲେ

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତେଲୁଗୁ ଚଳଚ୍ଚିତ୍ର ଜଗତର ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନାନୁସାରେ, ସେ ବିଶାଖାପାଟନମରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ସହ କାମ କରିଥିବା ଅଭିନେତା ସୁଧାକର ହିଁ ସୁଧୀରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ସୁଧୀରଙ୍କ ମୃତ୍ୟୁ ଖବର ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି ।

ସୁଧାକର ଟ୍ୱିଟରରେ ଲେଖିଛନ୍ତି, ସୁଧୀର! ଏତେ ଭଲ ମଣିଷ … ତୁମକୁ ଜାଣିବା ଏବଂ ତୁମ ସହିତ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା । ତୁମେ ଆଉ ଏହି ଦୁନିଆରେ ନାହଁ ବୋଲି ଜାଣି ବିଶ୍ୱାସ କରିପାରୁ ନାହିଁ । ଓମ୍ ଶାନ୍ତି ।’

ତେବେ ସୁଧୀର ହଠାତ୍ କାହିଁକି ଏହି ପଦକ୍ଷେପ ନେଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ହେଲେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ସେ କିଛି ଦିନ ହେଲାଣି ପାଇଁ ମାନସିକ ଚାପରେ ଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି । ତେବେ ସୁଧୀରଙ୍କ ଆକସ୍ମିକ ମୃତ୍ୟୁ ଟଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ପ୍ରଶଂସକମାନେ ଲୁହ ଭିଜା ଆଖିରେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୩ରେ ସୁଧୀର ଅଭିନୟ ଜଗତରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ ଥିଲା ‘ସ୍ୱାମୀ ରା ରା’ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ସେ ‘କୁଣ୍ଡନାପୁ ବୋମ୍ମା’ରେ ନଜର ଆସି ଲୋକପ୍ରିୟ ହୋଇଥିଲେ । ତେବେ ଏହି ଚଳଚ୍ଚିତ୍ର ପରେ ମଧ୍ୟ ତାଙ୍କୁ ଭଲ ଅଫର ମିଳିନଥିଲା । ଅନ୍ୟପଟେ ସୁଧୀର ଆତ୍ମହତ୍ୟା କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.