ଅଷ୍ଟ୍ରେଲିଆରେ ପୁଣି ଫୁଟିଲା ଗୁଳି; ଖେଳିଗଲା ଆତଙ୍କ, ଚାହୁଁ ଚାହୁଁ ଚାଲିଗଲା ଦୁଇ ଜୀବନ…

ଅଷ୍ଟ୍ରେଲିଆରେ ପୁଣି ଭୟଙ୍କର ଆକ୍ରମଣ!

ଓଡିଶା ଭାସ୍କର: ଅଷ୍ଟ୍ରେଲିଆକୁ ପୁଣି ଫେରିଲା ଆତଙ୍କ। କିଛି ଦିନ ଆଗରୁ ଅଷ୍ଟ୍ରେଲିଆର ବୋଣ୍ଡି ବିଚରେ ହୋଇଥିବା ଆକ୍ରମଣ ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା। ବାପା ଓ ପୁଅ ମିଶି ବୋଣ୍ଡି ବିଚରେ ଅଚାନକ ଗୁଳି ଚାଳନା କରିବାକୁ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ସେଠାରେ ଉପସ୍ଥିତ ଥିବା ଅନେକ ଲୋକଙ୍କ ଜୀବନ ଯାଇଥିଲା।

ବର୍ତ୍ତମାନ ସେହି ସମାନ ଢଙ୍ଗରେ ଘଟିଛି ଆଉ ଏକ ଭୟାନକ ଘଟଣା।ଆଜି ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ରାଜ୍ୟରେ ଥିବା ଲେକ କାର୍ଗେଲିଗୋ ସହରରେ ଅଚାନକ ଗୁଳିକାଣ୍ଡ ହୋଇଥିଲା। କେହି ଜଣେ ଦୁର୍ବୃତ୍ତ ଅଚାନକ ଆସି ଗୁଳି ଚଳାଇଥିଲେ, ଏଥିରେ ଅତି କମରେ ତିନି ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଜଣେ ଗଭୀର ଭାବରେ ଆହତ ହୋଇଛନ୍ତି। ଖବର ପାଇବା ପରେ ପୋଲିସ ସଙ୍ଗେ ସଙ୍ଗେ ସେ ସ୍ଥାନରେ ପହଞ୍ଚିଯାଇଥିଲା।

ଲୋକଙ୍କୁ ଘର ଭିତରେ ରହିବା ପାଇଁ ପରାମର୍ଶ ଦିଆଯାଇଛି: ପ୍ରଶାସନ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ସମସ୍ତଙ୍କୁ ଘରେ ରହିବା ପାଇଁ କହିଛି। ଏପରିକି ସେହି ସ୍ଥାନକୁ ନଯିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ଧରାପଡିବା ଯାଏଁ ସତର୍କ ରହିବା ପାଇଁ ଲୋକଙ୍କୁ କୁହାଯାଇଛି।

ଘଟଣା ବିଷୟରେ ସୂଚନା ଥିବା ଯେକୌଣସି ବ୍ୟକ୍ତିଙ୍କୁ ସେଣ୍ଟ୍ରାଲ ୱେଷ୍ଟ ପୋଲିସ  ସହିତ 1800 333 000 ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହା ଉପଲବ୍ଧ ହେବା ପରେ ଅଧିକ ସୂଚନା ପ୍ରଦାନ କରାଯିବ।

ବଣ୍ଡି ବିଚ୍ ଗୁଳିକାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ: ଡିସେମ୍ବର ୧୪, ୨୦୨୫ରେ ସିଡନୀରେ ଏକ ହାନୁକାହ ଉତ୍ସବରେ ଗୁଳି କରି ହତ୍ୟା କରାଯାଇଥିବା ୧୫ ଜଣଙ୍କ ପାଇଁ ଅଷ୍ଟ୍ରେଲିଆ ସାରା ଦେଶରେ ଶୋକସଭା ପାଳନ କରାଯାଇଥିଲା।

କର୍ତ୍ତୃପକ୍ଷ କହିଛନ୍ତି ଯେ ସିଡନୀର ଦୁଇ ଅଭିଯୁକ୍ତ ବନ୍ଧୁକଧାରୀ ୧୯୯୬ ପରଠାରୁ ଅଷ୍ଟ୍ରେଲିଆର ସବୁଠାରୁ ଖରାପ ଗଣ ଗୁଳିକାଣ୍ଡ ଘଟାଇବା ପାଇଁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ।