ବିଶ୍ୱାସରେ ବିଷ ଦେଲା ପାକିସ୍ତାନ; ବେଇମାନିର ସବୁ ସୀମା ପାର କଲା, ଆଫଗାନିସ୍ତାନ ଉପରେ ଆଗୁଆ ଆକ୍ରମଣ କଲା…
ଆଗୁଆ ଆକ୍ରମଣ କଲା ପାକିସ୍ତାନ...
ଓଡିଶା ଭାସ୍କର: ଯୁଦ୍ଧ ବନ୍ଦ କରିବାକୁ କହି ବେଇମାନିର ସୀମା ପାର କଲା ପାକିସ୍ତାନ । ଯୁଦ୍ଧ ବନ୍ଦ କରିବା ପାଇଁ ନିଜ ଆଡୁ ଶାନ୍ତି ପ୍ରସ୍ତାବ ଆଣିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ମାତ୍ର ପୁଣି ନିଜ ନିଜ କଥା ବୁଲ ଚୁପ କରି ଆଗାନିସ୍ତାନରେ କଲେ ବୋମା ମାଡ ।
୧୦ ଜଣ ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ ଏକାଧିକ ଲୋକ ଏଥିରେ ଆହତ ହୋଇଥିଲେ । ଏହି ଘଟଣା ପାଇଁ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଏହି ବେମାନିକୁ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି ।
ତେବେ ସୂଚନାଯୋଗ୍ୟ ଯେ ଦୁଇ ଦେଶ ଭିତରେ ଲଗାତାର ଲଢେଇରେ ଅନେକ କ୍ଷତି ହେବା ପରେ ପ୍ରଥମେ ୪୮ ଘଣ୍ଟା ପାଇଁ ଦୁଇ ଦେଶ ତରଫରୁ ସମର୍ଥନ ନେଇ ଅସ୍ତ୍ର୍ବିରତି ଘୋଷଣା କରାଯାଇଥିଲା ।
ମାତ୍ର ଶେଷରେ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅସ୍ତ୍ରବିରତିର ସମୟ ସୀମା ବଢାଇବା ପାଇ ଆଫଗାନିସ୍ତାନର ଅଧିକାରୀଙ୍କ ସହ କଥା ହୋଇଥିଲେ । ଫଳରେ ପୁଣି ଥରେ ଅସ୍ତ୍ରବିରତିର ସମୟ ସୀମା ବଢାଯାଇଥିଲା ।
ମାତ୍ର ପାକିସ୍ତାନ ପୁଣି ନିଜ ଆଡୁ ଆକ୍ରମଣ କରିଥିଲା । ଏଥିରେ ୧୦ ଜଣ ଲୋକଙ୍କ ଜୀବନ ଯାଇଛି । ଏନେଇ ଆଫଗାନିସ୍ତାନର ଅଧିକାରୀ କହିଛନ୍ତି କି ପାକର ଏଭଳି ବର୍ବରତାକୁ ସହ୍ୟ କରିବ ନାହିଁ ଦେଶ । ଖୁବଶୀଘ୍ର ଉଚିତ ଜବାବ ଦିଆଯିବ । ଇଟାର ଜବାବ ପଥରରେ ଦେବ ଆଫଗାନୀ ସେନା ବୋଲି ସେ କହିଛନ୍ତି ।
