fbpx

ଭାରତର ବ୍ରହ୍ମାସ୍ତ୍ର Agni-3 ମିସାଇଲ: ୧୩ ମିନିଟରେ ବେଜିଂ, ଅଢ଼େଇ ମିନିଟରେ ପାକିସ୍ତାନ ଚିତପଟାଙ୍ଗ

ନୂଆଦିଲ୍ଲୀ: ଭାରତ ଅଗ୍ନି-୩ ମିସାଇଲର ସଫଳ ପରୀକ୍ଷଣ କରିଛି । ତେବେ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏହି ମିସାଇଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ଏହା ଏକ ଇଣ୍ଟରମିଡିଏଟ-ରେଞ୍ଜର ବାଲିଷ୍ଟିକ ମିସାଇଲ ହୋଇଥିବା ବେଳେ ଏହା ପରମାଣୁ ହତିଆର ବହନ କରିବାରେ ସକ୍ଷମ । ଏହା ପାରମ୍ପରିକ ଓ ଥର୍ମୋବେରିକ ହରିଆର ଦ୍ୱାରା ଆକ୍ରମଣ କରିପାରିବ । ଏଥିସହିତ ଏକାଧିକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବା ପାଇଁ ଏହି ମିସାଇଲରେ ଏମଆଇଆରଭି ପରି ଟେକ୍ନେିଲୋଜି ରହିଛି ।

ଅଗ୍ନି-୩ ମିସାଇଲର ରେଞ୍ଜ ୩ରୁ ୫ ହଜାର କିମି ରହିଛି । ତେବେ ୩ରୁ ୫ ହଜାର କିମି ରେଞ୍ଜ ମଧ୍ୟରେ ଭାରତର ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ, ଆଫଗାନିସ୍ତାନ, ଆଫ୍ରିକା, ଆରବ ଦେଶ, ଇଣ୍ଡୋନେସିଆ, ମିଆଁମାର ପରି କିଛି ଦେଶ ଆସୁଛନ୍ତି । ଚାରି ଦିଗରୁ ଭାରତର ସୁରକ୍ଷା କ୍ଷେତ୍ରରେ ଏହି ମିସାଇଲକୁ ନିୟୋଜିତ କରାଯାଇପାରିବ । ଏହାର ଘଣ୍ଟା ପ୍ରତି ବେଗ ରହିଛି ୧୮,୫୨୨ କମି । ଅର୍ଥାତ ପ୍ରତି ସେକେଣ୍ଡ ପ୍ରତି ୫ରୁ ୬ କିମି । ଏହି ବେଗରେ ଉଡ଼ିଲେ ଶତ୍ରୁ ନିଃଶ୍ୱାସ ନେବାକୁ ସୁଯୋଗ ପାଇବ ନାହିଁ । ୧୭ ମିଟର ଲମ୍ବା ବିଶିଷ୍ଟ ଏହି ମିସାଇଲର ଓଜନ ୫୦ ହଜାର କିଗ୍ରା ଅଟେ । ଗୋଟିଏ ଅଗ୍ନି-୩ ମିସାଇଲ ନିର୍ମାଣ କରିବା ପାଇଁ ୨୫-୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

ନୂଆଦିଲ୍ଲୀଠାରୁ ଚୀନର ରାଜଧାନୀ ବେଜିଂର ଦୂରତା ୩୭୯୧ କିମି ଅଟେ । ଅଗ୍ନି-୩ ମିସାଇଲ ୫-୬ କିମି ପ୍ରତି ସେକେଣ୍ଡ ସ୍ପିଡରେ ଗତି କଲେ ୧୨.୬୩ ମିନିଟରେ ପୂରା ବେଜିଂରେ ପହଞ୍ଚିଯିବ । ନୂଆଦିଲ୍ଲୀରୁ ପାକିସ୍ତାନର ରାଜଧାନୀ ଇସଲାମାବାଦର ବିମାନ ଯାତ୍ରା ଦୂରତା ୬୭୯ କିମି । ଅର୍ଥାତ ସେଠାରେ ପହଞ୍ଚିବା ପାଇଁ ଅଗ୍ନି-୩ ମିସାଇଲକୁ ମାତ୍ର ଅଢ଼େଇ ମିନିଟ ସମୟ ଲାଗିବ । ଏହି ମିସାଇଲ ଯଦି ୪୦ ମିଟର ବା ୧୩୦ ଫୁଟ ଦୂରତାରେ ପଡ଼େ, ତେବେ ୧୦୦ ପ୍ରତିଶତ ତାଣ୍ଡବ ରଚିପାରିବ । ଆକାଶରେ ଏହା ସର୍ବାଧିକ ୪୫୦ କିମି ପର୍ଯ୍ୟନ୍ତ ଉଡ଼ି ପାରିବ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ତରଫରୁ ଏହାକୁ ବିକଶିତ କରାଯାଇଛି ।

Get real time updates directly on you device, subscribe now.