Agniveer: ଅଗ୍ନିବୀରଙ୍କୁ ମିଳିବ କି ଗ୍ରାଚ୍ୟୁଇଟି? ଆବେଦନ ପୂର୍ବରୁ ଜାଣି ନିଅନ୍ତୁ ଅବସରର ସବୁ ନିୟମ
ଅଗ୍ନିବୀରଙ୍କୁ ମିଳିବ କି ଗ୍ରାଚ୍ୟୁଇଟି? ଆବେଦନ ପୂର୍ବରୁ ଜାଣି ନିଅନ୍ତୁ ଅବସରର ସବୁ ନିୟମ
Agniveer Pension Rules: ଯଦି ଆପଣ ଜଣେ ଅଗ୍ନିବୀର କିମ୍ବା ଅଗ୍ନିବୀର ହେବା ପାଇଁ ଆବେଦନ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଏଯାବତ୍ ଅନେକ ଲୋକଙ୍କ ମନରେ ଅଗ୍ନିବୀରଙ୍କ ସାଲେରୀ, ପେନ୍ସନ ଓ ଗ୍ରାଟୁଇଟିକୁ ନେଇ ଦ୍ୱନ୍ଦ୍ୱ ରହିଛି। ଆଜି ଆମେ ସେହି ସମସ୍ତ ଦ୍ବନ୍ଦକୁ ଦୂର କରିବୁ।
4 ବର୍ଷ ପରେ ଅଗ୍ନିବୀରଙ୍କୁ ପେନ୍ସନ ମିଳିବ କି?
ଅଗ୍ନିପଥ ଯୋଜନା ଅନୁସାରେ, 4 ବର୍ଷ ସେବା ସମ୍ପୂର୍ଣ୍ଣ କରିବା ପରେ ଅଗ୍ନିବୀରମାନଙ୍କୁ ନା ପାରମ୍ପରିକ ପେନ୍ସନ ମିଳେ, ନ ଗ୍ରାଟୁଇଟି।
ସହଜ ଭାଷାରେ କହିଲେ, ପେନ୍ସନର ସୁବିଧା କେବଳ ସେମାନଙ୍କୁ ମିଳେ, ଯେଉଁମାନେ ସଶସ୍ତ୍ର ବଳର ରେଗୁଲାର୍ କ୍ୟାଡରରେ ସ୍ଥାୟୀ ଭାବେ ଶାମିଲ ହୁଅନ୍ତି।
ରିଟାୟରମେଣ୍ଟ ପରେ କଣ ମିଳେ?
ରିଟାୟର୍ ସମୟରେ ପ୍ରତ୍ୟେକ ଅଗ୍ନିବୀରଙ୍କୁ ପ୍ରାୟ 11.71 ଲକ୍ଷ ଟଙ୍କାର ସେବା ନିଧି ପ୍ୟାକେଜ୍ ମିଳେ। ଏହି ଟଙ୍କା ଅଗ୍ନିବୀରଙ୍କ ମାସିକ ସାଲେରୀରୁ କଟାଯାଉଥିବା ରାଶି ସହ ସରକାରଙ୍କ ସମାନ ଅବଦାନ ଏବଂ ସୁଧ ମିଶି ତିଆରି ହୁଏ। ସବୁଠାରୁ ଭଲ କଥା ହେଉଛି-ଏହି ସମ୍ପୂର୍ଣ୍ଣ ରାଶି ଆୟକର ମୁକ୍ତ (Tax Free)।
ସଶସ୍ତ୍ର ବଳରେ ସ୍ଥାୟୀ ନିଯୁକ୍ତିର ସୁଯୋଗ
ଯଦିଓ ଅଗ୍ନିବୀରଙ୍କ ଚାକିରି ସମୟ 4 ବର୍ଷ, କିନ୍ତୁ ସମସ୍ତେ ରିଟାୟର୍ ହେବେ ନାହିଁ। କିଛି ଅଗ୍ନିବୀରଙ୍କୁ ସେମାନଙ୍କ ପର୍ଫମାନ୍ସ, ଅନୁଶାସନ ଓ ମେଡିକାଲ୍ ଫିଟନେସ୍ ଆଧାରରେ ପ୍ରତ୍ୟେକ ବ୍ୟାଚ୍ରୁ 25% ଅଗ୍ନିବୀରଙ୍କୁ ଭାରତୀୟ ସେନାର ରେଗୁଲର୍ କ୍ୟାଡରରେ ସାମିଲ କରାଯିବ। ଏହି ଚୟନିତ ସେନାକର୍ମୀମାନେ ପରେ ପେନ୍ସନ ସହିତ ସମସ୍ତ ସେନା ସୁବିଧା ପାଇବେ।
ବାକି 75% ଅଗ୍ନିବୀରଙ୍କ ପାଇଁ କଣ ବ୍ୟବସ୍ଥା?
4 ବର୍ଷ ପରେ ରିଟାୟର୍ ହେଉଥିବା 75% ଅଗ୍ନିବୀରଙ୍କ ପାଇଁ ସରକାର ଅନେକ ପୋଷ୍ଟ-ସର୍ଭିସ୍ ସୁଯୋଗ ରଖିଛନ୍ତି।
CRPF, BSF, CISF ଏବଂ ଆସାମ୍ ରାଇଫଲ୍ସ ଭଳି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ 50% ପର୍ଯ୍ୟନ୍ତ ଭାକାନ୍ସି ଅଗ୍ନିବୀରଙ୍କ ପାଇଁ ଆରକ୍ଷିତ ରହିବ। ଏହା ସହିତ ଅନେକ ରାଜ୍ୟ ସରକାର ରାଜ୍ୟ ପୁଲିସ ଭର୍ତ୍ତିରେ ମଧ୍ୟ ଅଗ୍ନିବୀରଙ୍କୁ ଆରକ୍ଷଣ ଘୋଷଣା କରିଛନ୍ତି।
ଅଗ୍ନିବୀର ନୂଆ ଭର୍ତ୍ତି କେବେ?
ଇଣ୍ଡିଆନ୍ ଆର୍ମି ଅଗ୍ନିବୀର ଭର୍ତ୍ତି 2026 ନୋଟିଫିକେସନ୍ ପୂର୍ବରୁ 3 ଫେବୃଆରୀ 2026ରେ ଜାରି ହେବା କଥା ଥିଲା। କିନ୍ତୁ ବର୍ତ୍ତମାନ ସେହି ତାରିଖ ହଟାଯାଇଛି। ଏବେ ଆଶା କରାଯାଉଛି ଯେ 5 ଫେବୃଆରୀ ସୁଦ୍ଧା ନୋଟିଫିକେସନ୍ ଜାରି ହୋଇପାରେ, ଯଦିଓ ଏନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ପୁଷ୍ଟି ହୋଇନାହିଁ।
