fbpx

ବରୁଣ ଗାନ୍ଧୀ କଲେ ଏପରି ଘୋଷଣା ଦେଶର ସମସ୍ତ ସାଂସଦ ଓ ବିଧାୟକ ଟେନ୍‌ସନ୍‌ରେ!

ନୂଆଦିଲ୍ଲୀ: ଅଗ୍ନିପଥ ସ୍କିମ୍‌କୁ ନେଇ ପୁରା ଦେଶରେ ବିଦ୍ରୋହ ପରି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଲାଗି ରହିଛି। ଏହି ସମୟରେ ବିଜେପି ନେତା ବରୁଣ ଗାନ୍ଧୀ ଅଗ୍ନିବୀର କର୍ମଚାରୀଙ୍କୁ ପେନ୍‌ସନ୍‌ କିମ୍ବା ଗ୍ରାଚ୍ୟୁଇଟି ମିଳୁନଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ସରକାର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପୂବରୁ ମଧ୍ୟ ସେ ଅନେକ ସମୟରେ ବିଜେପି ସରକାରଙ୍କ ଅନେକ ଯୋଜନାକୁ ମଧ୍ୟ ସମାଲୋଚନା କରିଛନ୍ତି। ନିକଟରେ ସେ ସରକାରଙ୍କ ଅଗ୍ନିପଥ ଯୋଜନା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି କ୍ରମରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି।

ଯଦି ଅଗ୍ନିବୀର ପେନ୍‌ସନ୍ ପାଇବାକୁ ହକଦାର ନୁହଁନ୍ତି, ତେବେ ଜନସାଧାରଣଙ୍କ ପାଇଁ ଏହି ସୁବିଧା କାହିଁକି? ସେ କହିଛନ୍ତି ଯେ ଯଦି ଜାତୀୟ ରାକ୍ଷୀଙ୍କ ପେନସନ୍ ପାଇବାର ଅଧିକାର ନାହିଁ, ତେବେ ମୁଁ ମଧ୍ୟ ମୋର ପେନସନ୍ ଛାଡିବାକୁ ପ୍ରସ୍ତୁତ ଅଛି। ବରୁଣ ପଚାରିଛନ୍ତି ଯେ ଆମେ ବିଧାୟକ ଏବଂ ସାଂସଦମାନେ ସେମାନଙ୍କ ପେନ୍‌ସନ୍ ଛାଡି ପାରିବେ ନାହିଁ ଏବଂ ଅଗ୍ନିବୀର ମାନଙ୍କର ପେନ୍‌ସନ୍ କାହିଁକ ମିଳିବ ନାହିଁ? ଯଦି ସ୍ୱଳ୍ପ ମିଆଦି ସେବା କରିଥିବା ଅଗ୍ନିବୀର ପେନସନ୍ ପାଇବାକୁ ହକଦାର ନୁହଁନ୍ତି, ତେବେ ଜନସାଧାରଣଙ୍କ ପାଇଁ ଏହି ସୁବିଧା କାହିଁକି? ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.