fbpx

ପୁଣି ମଞ୍ଚକୁ ଫେରୁଛି ‘ଆହେ ନୀଳଶଇଳ’: ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ, ଆରମ୍ଭ ହେଲା ଅଗ୍ରୀମ ଟିକେଟ୍ ବୁକିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ଏପ୍ରିଲ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ରାଜଧାନୀ ଭୁବନେଶ୍ୱରରେ ମଞ୍ଚସ୍ଥ ହୋଇଥିଲା । ଦର୍ଶକଙ୍କ ଅନୁରୋଧ କ୍ରମେ ନାଟକ ପୁଣି ଥରେ ଜୁଲାଇ ମାସରେ କ୍ରମାଗତ ୩ ଦିନ ପାଇଁ ପ୍ରଦର୍ଶିତ ହୋଇଥିଲା । ଏହାପରେ ଅକ୍ଟୋବର ମାସ ୧୪ ତାରିଖରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବେଙ୍ଗାଲୁରୁର ରବୀନ୍ଦ୍ର କଳାକ୍ଷେତ୍ର ପ୍ରେକ୍ଷାଳୟର ନାଟକ ମଞ୍ଚସ୍ଥ ହୋଇଥିଲା ।

ତେବେ ବହୁ ଦର୍ଶକ ‘ଆହେ ନୀଳଶଇଳ’ ଦେଖିବା ସୁଯୋଗରୁ ବଞ୍ଚିତ ହୋଇଥିବାରୁ ପରବର୍ତ୍ତୀ ସମୟରେ ନଭେମ୍ବର ମାସରେ ୫ ଦିନ ଧରି ନାଟକ ପୁଣି ଥରେ ପ୍ରଦର୍ଶିତ ହୋଇଥିଲ । ଏହା ମଧ୍ୟରେ ନାଟକର ୧୫ଟି ଶୋ’ ପ୍ରଦର୍ଶିତ ହୋଇସାରିଥିବା ବେଳେ ଦର୍ଶକଙ୍କ ଉତ୍ସୁକତା ହ୍ରାସ ପାଇ ନାହିଁ । ତେବେ ଚକଲେଟ ପ୍ରଡକସନ୍ସ ପ୍ରଯୋଜିତ ଏହି ଐତିହାସିକ ନାଟକ ପୁଣି ଥରେ ମଞ୍ଚସ୍ଥ ହେବ ।

ଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ମାସ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ପୁଣି ଥରେ ‘ଆହେ ନୀଳଶଇଳ’ ନାଟକ ପ୍ରଦର୍ଶିତ ହେବ । ସନ୍ଧ୍ୟା ୬ଟା ସମୟରେ ଏହି ନାଟକ ପ୍ରଦର୍ଶିତ ହେବାକୁ ଥିବା ବେଳେ ଇଚ୍ଛୁକ ବ୍ୟକ୍ତିବିଶେଷ ଅନଲାଇନରେ ନାଟକର ଅଗ୍ରୀମ ଟିକେଟ୍ ବୁକ୍ କରିପାରିବେ । ସେଥିପାଇଁ ‘ବୁକ୍ ମାଇଁ ଶୋ’ ୱେବସାଇଟକୁ ଯିବାକୁ ପଡ଼ିବ । ଏଥିସହିତ ଏ କ୍ଷେତ୍ରରେ କୌଣସି ସମସ୍ୟା ଦେଖାଦେଲେ ମୋବାଇଲ ନମ୍ବର ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ରେ ଯୋଗାଯୋଗ କରିପାରିବେ । ସୂଚନାଯୋଗ୍ୟ ଯୋ ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ଏହି ନାଟକ ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.