ରାଜ୍ୟ ବିଜେପି ଶିବିରରେ ଚର୍ଚ୍ଚା ଜୋର, କିଏ ହେବେ ଓଡିଶାରୁ ଆଗାମୀ କେନ୍ଦ୍ରମନ୍ତ୍ରୀ
ବିଜେପି ଓଡ଼ିଶା ସଭାପତି ଏବଂ ରାଜ୍ୟସଭା ସାଂସଦ ମନମୋହନ ସାମଲ ଗୁରୁବାର ନୂଆଦିଲ୍ଲୀସ୍ଥିତ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିଜେପିର ଜାତୀୟ ସଭାପତି ନିତିନ ନବୀନଙ୍କୁ ସୌଜନ୍ୟ ସାକ୍ଷାତ କରିଛନ୍ତି।
ନୂଆଦିଲ୍ଲୀ : ଗତ ଗୁରୁବାର ନୂଆଦିଲ୍ଲୀସ୍ଥିତ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ରାଷ୍ଟ୍ରିୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି ସାକ୍ଷାତକାର ସମୟରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପ ଓ ବର୍ତ୍ତମାନର ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଦଳକୁ ଆହୁରି ସୁଦୃଢ଼ କରିବା, କର୍ମୀମାନଙ୍କ ସକ୍ରିୟ ଭୂମିକା ବଢ଼ାଇବା ଏବଂ ଜନସେବାମୂଳକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଭଳି ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ସକାରାତ୍ମକ ମତ ବିନିମୟ ହୋଇଥିଲା। ଓଡ଼ିଶାରେ ଦଳର ସାଙ୍ଗଠନିକ କାର୍ଯ୍ୟକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ପାଖରେ ଦଳର ପହଞ୍ଚ ବଢ଼ାଇବା ପାଇଁ ମଧ୍ୟ ରଣନୀତି ଉପରେ ଆଲୋଚନା ହୋଇଥିଲା।
ସୋସିଆଲ ମିଡିଆରେ ମନମୋହନ ସାମଲ ଲେଖିଛନ୍ତି ଯେ, ଜାତୀୟ ସଭାପତିଙ୍କ ମାର୍ଗଦର୍ଶନ ଓ ମୂଲ୍ୟବାନ ପରାମର୍ଶ ଆଗାମୀ ଦିନରେ ଦଳକୁ ଆହୁରି ସଶକ୍ତ କରିବାରେ ପ୍ରେରଣା ଯୋଗାଇବ।


