ଇନ୍‌ଷ୍ଟା ପ୍ରେମ; ସ୍ୱାମୀ ଦେଖୁଥିଲେ, ସ୍ତ୍ରୀ ପିନ୍ଧୁଥିଲେ ପ୍ରେମିକ ହାତର ସିନ୍ଦୂର!

ପତ୍ନୀଙ୍କ ପ୍ରେମ ସମ୍ପର୍କରେ ଜାଣିପାରିଥିଲେ ବିନୋଦ। ପତ୍ନୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଥିଲେ ବିନୋଦ। ଆଉ ଭୁଲି ଯାଇଥିଲେ ୮ ବର୍ଷର ପ୍ରେମ ସମ୍ପର୍କକୁ

ରାୟପୁର: ବିଚିତ୍ର ଏ ଦୁନିଆ। ବାହା ହେଲେ। ୮ ବର୍ଷର ଘର ସଂସାର କଲେ। ହେଲେ ଗୋଟିଏ ସ୍ୱାମୀରେ ମନ ପୂରିଲାନି। ପର ପୁରୁଷଙ୍କ ପ୍ରେମରେ ପଡ଼ିଲେ। ଆଉ ଏକଥା ଜାଣିବା ପରେ ସ୍ୱାମୀ ନିଜ ହାତରେ ପତ୍ନୀଙ୍କ ବିବାହ କରାଇଲେ। ନିଜ ସାମ୍ନାରେ ପ୍ରେମିକ ମଥାରେ ସିନ୍ଦୂର ଦେଇ ବିବାହ କଲେ ପତ୍ନୀ। ଏପରି ବିରଳ ବିବାହ ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ।

ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ମଣ୍ଡରା ଗାଁର ବିନୋଦ ମଣ୍ଡର ଜଣେ ଗରିବ ଶ୍ରେଣୀର ଯୁବକ। ୮ ବର୍ଷ ତଳେ ସେ ବିବାହ କରିଥିଲେ। ଦାମ୍ପତ୍ତ୍ୟ ଜୀବନ ଠିକ୍‌ଠାକ ଚାଲୁଥିଲା। ହେଲେ ହଠାତ୍ ପତ୍ନୀ ସ୍ନେହା(ଛଦ୍ମନାମ) ପ୍ରେମରେ ପଡ଼ିଥିଲେ। ଇନ୍‌ଷ୍ଟାଗ୍ରାରେ ଜଣେ ଯୁବକଙ୍କ ସହିତ ବନ୍ଧୁତା ଗଢ଼ି ଉଠିଥିଲା। ହେଲେ ବନ୍ଧୁତା କେତେବେଳେ ପ୍ରେମର ରୂପ ନେଇଥିଲା, ଜାଣିପାରିନଥିଲେ ସ୍ନେହା। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ୮ ବର୍ଷର ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବା ପ୍ରେମିକଙ୍କ ଗଳାର ହାତ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରେମିକଙ୍କୁ ବାହା ହେବା ପାଇଁ ଜିଦ୍ ଧରିଥିଲେ।

ପତ୍ନୀଙ୍କ ପ୍ରେମ ସମ୍ପର୍କରେ ଜାଣିପାରିଥିଲେ ବିନୋଦ। ପତ୍ନୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଥିଲେ ବିନୋଦ। ଆଉ ଭୁଲି ଯାଇଥିଲେ ୮ ବର୍ଷର ପ୍ରେମ ସମ୍ପର୍କକୁ। ପତ୍ନୀଙ୍କ ପ୍ରେମକୁ ସମ୍ମାନ ଦେଇଥିଲେ। ପ୍ରେମିକ ସହିତ ବିବାହ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ପତ୍ନୀଙ୍କ ମନ ଖୁସି କରାଇବା ପାଇଁ ନିଜର ଶୁଖକୁ ତୀଳତୀଳ କରି ଜାଳିଥିଲେ। ନିଜ ହାତରେ ପତ୍ନୀଙ୍କ ବିବାହ ମନ୍ଦିରରେ କରାଇଥିଲେ। ପତ୍ନୀ ଖୁସି ଖସିରେ ପ୍ରଥମ ସ୍ୱାମୀଙ୍କ ଆଗରେ ପ୍ରେମିକଙ୍କୁ ସ୍ୱାମୀ ରୂପେ ଗ୍ରହଣ କରିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।