ବିଶ୍ୱାସଘାତକ: ଗହଣା ଚୋରୁଣୀ କଏଦ ହେଲା ସିସିଟିଭିରେ, ଖୋଜୁଛି ପୋଲିସ

ଗ୍ରାହକଙ୍କ ଭିଡ଼ ଭିତରେ ଜଣେ କର୍ମଚାରୀ କାନଜୀ ଭାଇ ଏକ ସୁନା ବ୍ରେସଲେଟ୍ ନଥିବା ଦେଖିବାକୁ ପାଇଲେ। ଏ ସମ୍ପର୍କରେ ସେ ଦୋକାନ ମାଲିକ ଦର୍ଶନ ଭାଇଙ୍କୁ ଜଣାଇଥିଲେ

ଅହମ୍ମଦାବାଦ: ଦିନ ଦି ପହରରେ ହାରିକିଣି ଦେଖାଇଦେଲା। ପିନ୍ଧିଥିବା ଡ୍ରେସ୍‌ରେ ପୂରାଇ ନେଇଗଲା ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର। ଚୋରିର ପୂରା ଚିତ୍ର କଏଦ ହେଲା ସିସିଟିଭିରେ। ଅହମ୍ମଦାବାଦ ପୋଲିସ ସିସିଟିଭିକୁ ଧରି ଖୋଜୁଛି ଗହଣା ଚୋରୁଣୀକୁ।

ଅହମ୍ମବାଦ ନିକେଲ ଅଞ୍ଚଳରେ ଦର୍ଶନ ଭାଇ ଏକ ଅଳଙ୍କାର ଶୋ ରୁମ୍ କରିଥିଲେ। ତାଙ୍କ ଦୋକାନରେ ୧୯ ଜଣ ସେଲ୍‌ସମ୍ୟାନ, ମାର୍କେଟିଂ ଷ୍ଟାଫ୍ ଆଦି ଚାକିରି କରୁଥିଲେ। ସେମାନଙ୍କ ଭିତରେ ହର୍ଷିଦା ସେଟ୍ଟି ଥିଲେ ଅନ୍ୟତମ। ସେ ଗତ ୧୧ ମାସ ହେଲା ଉକ୍ତ ଦୋକାନରେ ଚାକିରି କରୁଥିଲେ। ଗତ ୧୧ ତାରିଖରେ ଅପରାହ୍ନରେ ଦର୍ଶନ ଭାଇ ଖାଇବା ପାଇଁ ଘରକୁ ଯାଇଥିଲେ। ସେହି ସମୟରେ ଗହଣା ଦୋକାନ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ଥିଲେ। ଏହାର ସୁଯୋଗ ନେଇ ହର୍ଷିତା ନିଜ ୟୁନିଫର୍ମ ପକେଟରେ ସବୁ ଗହଣା ପୂରାଇ ଦେଇଥିଲା।

ହର୍ଷିତ ସବୁ ଗହଣା ନିଜ ପକେଟରେ ପରାଇବା ପରେ ଛୁଟିରେ ଘରକୁ ଯାଇଛି ବୋଲି ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ କହିଥିଲେ। ଏ ସମ୍ପର୍କରେ ସେ ପୂର୍ବରୁ ଦର୍ଶନ ଭାଇଙ୍କୁ କହିଥିବା କହିଥିଲା। ଏହା ପରେ ସେ ଦୋକାନରୁ ପଳାଇ ଯାଇଥିଲା। ସନ୍ଧ୍ୟା ପ୍ରାୟ ୫ଟା ବେଳେ ଦର୍ଶନ ଭାଇ ଆସିଥିଲେ। ସେତେବେଳକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମି ଯାଇଥିଲା।

ଗ୍ରାହକଙ୍କ ଭିଡ଼ ଭିତରେ ଜଣେ କର୍ମଚାରୀ କାନଜୀ ଭାଇ ଏକ ସୁନା ବ୍ରେସଲେଟ୍ ନଥିବା ଦେଖିବାକୁ ପାଇଲେ। ଏ ସମ୍ପର୍କରେ ସେ ଦୋକାନ ମାଲିକ ଦର୍ଶନ ଭାଇଙ୍କୁ ଜଣାଇଥିଲେ। ଠିକ୍ ସେତିକି ବେଳେ ଦୋକାନରେ ହର୍ଷିତା ନଥିବା ଦେଖବାକୁ ପାଇଥିଲେ ଦର୍ଶନ ଭାଇ। ଆଉ କାଳ ବିଳମ୍ବ ନକରି ସିସିଟିଭି ଯାଞ୍ଚ କରିଥିଲେ। ଯାଞ୍ଚ କଲା ପରେ ଜଣାପଡ଼ିଥିଲା ଚୋର କିଏ?

ଦର୍ଶନ ଭାଇ ଦୋକାନ ଷ୍ଟୋର ରୁମ୍‌କୁ ଯାଇ ଦେଖନ୍ତି। ସେଠାରେ ଥିବା ସବୁ ଅଳଙ୍କାର ଚୋରି ହୋଇଯାଇଛି। ହର୍ଷିତା ନିଜ ଡ୍ରେସରେ କରିଥିବା ପକେଟରେ ଗହଣା ପୁରାଉଛନ୍ତି। ପରେ ଏକ ବ୍ୟାଗ ଧରି ଚାଲି ଯାଉଛନ୍ତି। ଶୋ ରୁୂମ୍‌ରେ ଥିବା ସବୁ ଗହଣାକୁ ହିସାବ କରିବା ପରେ ଜଣା ପଡ଼ିଛି ୧.୬୬ କୋଟି ଟଙ୍କାର ଗହଣା ଚୋରି ହୋଇଛି। ସବୁ ଗହଣା ହର୍ଷିତା ନେଇଛି। ଯାହା ସିସିଟିଭିରେ ଏକଦ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଏପର୍ଯ୍ୟନ୍ତ ତା ପତ୍ତା ମିଳିପାରି ନାହିଁ।