fbpx

AIIMS ପକ୍ଷରୁ ବାହାରିଲା ଅନେକ ପଦବୀ, ମିଳିବ ହାଇ ପେ’ ସ୍କେଲ ସାଲାରୀ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ମେଡିକାଲ ଫିଲ୍ଡରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଢ଼ିଆ ସୁଯୋଗ । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ (ଏମ୍ସ), ଯୋଦ୍ଧପୁର ପକ୍ଷରୁ ପ୍ରଫେସର, ଆଡିସନାଲ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଅନେକ ଚାକିରି ବାହାରିଛି ।

ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ଜାଣିପାରିବେ । ମୋଟ ୭୨ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନରୁ ଉଦ୍ଦିଷ୍ଟ ବିଷୟରେ ମାଷ୍ଟର ଡିଗ୍ରୀ ସହିତ ରିସର୍ଚ୍ଚ ବା ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଜରୁରୀ ।

ନୋଟିଫିକେସନ ଲିଙ୍କ: http://212.83.179.50/~aiimsrecruitment/Faculty_Recruitment/Frec_2022_3/PDF/Advertisement.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: aiimsjodhpur.edu.in

Get real time updates directly on you device, subscribe now.