fbpx

ଭୁବନେଶ୍ୱର ଓ ପୁନେ ମଧ୍ୟରେ ବିମାନ ସେବା

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରୁ ଓ ପୁନେ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଚଳାଚଳ କରିବ ଏୟାର ଏସିଆର ସ୍ୱତନ୍ତ୍ର ବିମାନ । ଏଥିପାଇଁ ଦରକାର ଥିବା ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇଦେବେ । ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ସହାୟତା ଯୋଗାଇ ଦିଆଯିବ । ବିମାନ ସେବା ଓଡିଶାର ଉନ୍ନତ ଯୋଗାଯୋଗରେ ସହାୟକ ହେବ । ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.