fbpx

ବ୍ଲୁଫ୍ଲାଗ ବିଚରେ ଜଲୱା ଦେଖାଉଛନ୍ତି ବାୟୁବୀର: ଏକା ସାଙ୍ଗେ ଉଡିଲା ୯ଟି ଲଢୁଆ ହକ୍ ବିମାନ

ପୁରୀ: ପୁରୀ ବ୍ଲୁଫ୍ଲାଗ୍ ବେଳାଭୂମିରେ ଚାଲିଛି ସୂର୍ଯ୍ୟକିର ଶୋ । ନିଜ ନିଜର ପରାକ୍ରମ ଦେଖାଉଛନ୍ତି ବାୟୁ ବୀର । ପାଗରେ ସୁଧାର ପରେ ପଦର୍ଶିତ ହେଉଛି ଏହି ଶୋ । ଏରୋବେଟିକ୍ ଟିମ ଆକାଶ ମାର୍ଗରେ ଦେଖାଉଛି ତାର ସାହାସିକ ପଦର୍ଶନ । ତେବେ ଏକା ସାଙ୍ଗରେ ଆକାଶରେ ଗର୍ଜନ କରୁଛି ୯ ଟି ଲଢୁା ହକ୍ ବିମାନ । ପାଗ ଖରାପ ଥିବାରୁ ବିଳମ୍ବରେ ଆରମ୍ଭ ହୋଇଥିଲା ଏହି ଏୟାର ଶୋ ପଦର୍ଶନ ।

ଗତକାଲି ବାୟୁସେନାର ବୀରମାନେ ପୁରୀ ବେଳାଭୁମୀରେ ଫୁଲଡ୍ରେସ୍ ରିହର୍ସାଲ କରିଥିଲେ । ୯ ଟି ଲଢୁଆ ହକ୍ ବିମାନରେ ଚାଲିଥିଲା ଚିତ୍ତାକର୍ଷକ ‘ଶୋ’ ପ୍ରଦର୍ଶନ । ଏୟାର ‘ଶୋ’ ରହିର୍ସାଲ୍ ରେ ବାୟୁବୀରମାନେ ଭୂମୀ ଠାରୁ ପାଖାପାଖି ୫୦୦ ପୁଟ ଉର୍ଦ୍ଧରେ ଏବଂ ଘଣ୍ଟାକୁ ୧୬୦୦ କିମି ବେଗରେ ସେମାନଙ୍କ କୌଶଳ ପଦର୍ଶନ କରୁଛନ୍ତି ।ତେବେ ଏହି ‘ଶୋ’ କୁ ଗ୍ରୁପ୍ କ୍ୟାପଟେନ୍ ଜି ଏସ୍ ଝେଲନ୍ ଲିଡ କରୁଥିବା ଜଣା ପଡିଛି ।

ତେବେ ଓଡ଼ିଶା ବ୍ୟତୀତ ସେପ୍ଟେମ୍ବର ୨୬ ଏବଂ ୨୭ରେ ଗୌହାଟୀ, ଅକ୍ଟୋବର ୮ ରେ ଚଣ୍ଡିଗଡ଼ ଏବଂ ବରେଲୀରେ ଅକ୍ଟୋବର ୧୪ ଏହାର ‘ଶୋ’ ପ୍ରଦର୍ଶନ କରିବ । ୧୯୯୬ ରେ ଗଠିତ ହୋଇଥିବା “ସୂର୍ୟ୍ୟକିରଣ’ ଏକ ଏରୋବ୍ୟାଟିକ୍ସ ପ୍ରଦର୍ଶନକାରୀ ଦଳ ଏବଂ ଭାରୀତୟ ବାୟୂସେନାର ୫୨ ତମ ସ୍କ୍ୱାର୍ଡନର ଏକ ଅଂଶ । ଏହି ପ୍ରଦର୍ଶନରେ ଐବଙ୍ଗଳ ଗଳ-୧୩୨ ବିମାନ ଆକାଶରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାଏ ।

Get real time updates directly on you device, subscribe now.