fbpx

ସାଇନ୍ସ ଗ୍ରାଜୁଏଟଙ୍କ ପାଇଁ ଭଲ ସୁଯୋଗ, AAI ରେ ରହିଛି ୪୦୦ ଭ୍ୟାକେନ୍ସୀ, ଜାଣନ୍ତୁ ଡିଟେଲ୍

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ)ରେ ଜୁନିୟର ଏକ୍ସିକ୍ୟୁଟିଭ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ୪୦୦ ପଦବୀରେ ନିଯୁକ୍ତି ସୁଯୋଗ ରହିଛି । ଏହି ସବୁ ଖାଲି ପଦବୀରେ ଆବେଦନ କରିବା ପାଇଁ ୧୪ ଜୁଲାଇ ଶେଷ ତାରିଖ ରହିଛି । ଏଥିପାଇଁ ଆବେଦନ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ୱେବସାଇଟ୍ www.aai.aero ଦ୍ୱାରା କରିପାରିବେ । ତେବେ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଯୋଗ୍ୟତା: ଏହି ପଦ ପାଇଁ ସର୍ବନିମ୍ନ ଯୋଗ୍ୟତା ଫିଜିକ୍ସ ଏବଂ ଗଣିତରେ ସହ ବିଏସସି ସାଇନ୍ସରେ ଫୁଲ୍ ଟାଇମ୍, ରେଗୁଲାର ଡିଗ୍ରୀ ରହିଥିବା ଆବଶ୍ୟକ ।

କୌଣସି ସେମିଷ୍ଟାରରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ସହିତ ଯେକୌଣସି ଇଞ୍ଜିନିୟରିଂ ବିଷୟାୀ ଫୁଲ୍ ଟାଇମ୍ ରେଗୁଲାର ଗ୍ରାଜୁଏଟ୍ ଡିଗ୍ରୀ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ  । ଏହା ବ୍ୟତୀତ, ପ୍ରାର୍ଥୀ ୧୦ କିମ୍ବା ୧୨ ରେ ଇଂରାଜୀ ବିଷୟରେ ପାସ୍ କରିଥିବେ ।

ଆୟୁ ସୀମା: ଏହି ପଦରେ ସର୍ବାଧିକ ଆୟୁ ସୀମା ୧୪ ଜୁଲାଇ ୨୦୨୨ ସୁଦ୍ଧା ୨୭ ବର୍ଷ ହୋଇଥିବା ଦରକାର । ସଂରକ୍ଷିତ ବର୍ଗଙ୍କ ପାଇଁ ଆୟୁସୀମାରେ ଛାଡ଼ ରହିଛି ।

ଦରମା: ଏଏଏଆଇରେ ଜୁନିୟର ଏକ୍ସିକ୍ୟୁଟିଭରେ ଦରମା ୪୦୦୦୦ ରୁ ୧୪୦୦୦୦ ପର୍ଯ୍ୟନ୍ତ ରହିଛି । ଏହା ସହ ଡିଏ, ମୂଳ ବେତନର ୩୫% ଦରରେ ଭତ୍ତା, ଏଚଆରଏ ଏବଂ ଅନ୍ୟ ଲାଭ ଯେଉଁଥିରେ ସିପିଏଫ, ଗ୍ରାଚ୍ୟୁଟି, ସମାଜିକ ସୁରକ୍ଷା ଯୋଜନା, ଚିକିତ୍ସା ଲାଭ ଆଦି ରହିଛି । ଜୁନିୟର ଏକ୍ସିକ୍ୟୁଟିଭ ପଦ ପାଇଁ ସିଟିସି ପ୍ରତି ବର୍ଷ ପ୍ରାୟ ୧୨ ଲକ୍ଷ ହେବ ।

ତେବେ ଅଧିକ ବିବରଣୀ ଜାଣିବାକୁ ଚାହୁଥିଲେ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । https://images.news18.com/ibnkhabar/uploads/2022/06/Airports-Authority-of-India.pdf

Get real time updates directly on you device, subscribe now.