fbpx

ଶସ୍ତା ହେବ ବିମାନ ଯାତ୍ରା! ଆରମ୍ଭ ହେବାକୁ ଯାଉଛି ୨୬ ଟି ନୂତନ ବିମାନ, ଜାଣନ୍ତୁ ରୁଟ୍ ଲିଷ୍ଟ ଓ ଭଡ଼ା

ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ବିକଳ୍ପ ମିଳିବାକୁ ଯାଉଛି । ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସେମାନଙ୍କ ପାଇଁ ବିମାନ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଘରୋଇ ବିମାନରେ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ସ୍ପାଇସଜେଟ୍ ୨୬ ଟି ନୂଆ ଘରୋଇ ବିମାନର ଆରମ୍ଭ କରିବାକୁ ଘୋଷଣା କରିଛି । ପୁରୁଣା ମାର୍ଗରେ ବିମାନ ସଂଖ୍ୟା ମଧ୍ୟ ବୃଦ୍ଧି କରିବ ବୋଲି କମ୍ପାନୀ କହିଛି । ଏହି କାରଣରୁ ଲୋକମାନେ ବିଭିନ୍ନ ସହରକୁ ଯିବାର ସୁଯୋଗ ପାଇପାରିବେ । ବିମାନ ଭଡା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ବୋଲି ଆଶା କରାଯାଉଛି ।

ମଙ୍ଗଳବାର ସ୍ପାଇସଜେଟ୍ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । କମ୍ପାନୀ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଜୁଲାଇ ୨୨ ରୁ ୨୬ ଟି ନୂଆ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏହି ବିମାନ ଉଡ଼ାଣ ଆରମ୍ଭ ହେଉଥିବା ନୂତନ ମାର୍ଗର ନାମ ହେଉଛି ମୁମ୍ବାଇ-ଗୁଆହାଟି, ଝାରସୁଗୁଡ଼ା-ମଦୁରାଇ, ନାଶିକ-ଦିଲ୍ଲୀ, ହାଇଦ୍ରାବାଦ-ଜାମ୍ମୁ, କୋଲକାତା-ଜବଲପୁର ମାର୍ଗ ଏବଂ ବାରାଣାସୀ-ଅହମ୍ମଦାବାଦ । ଏହା ବ୍ୟତୀତ ଅମୃତସର-ଅହମ୍ମଦାବାଦ, ଦିଲ୍ଲୀ-ହାଇଦ୍ରାବାଦ, ଅହମ୍ମଦାବାଦ-ଜୟପୁର ଏବଂ ଦିଲ୍ଲୀ-ଧର୍ମସାଲା ରୁଟରେ ବିମାନ ଚଳାଚଳ ମଧ୍ୟ ବୃଦ୍ଧି ପାଇବ ।

କମ୍ପାନୀ କହିଛି ଯେ, ଏହି ନୂଆ ସହରରୁ ବିମାନ ଉଡ଼ାଣ ପାଇଁ ସ୍ପାଇସଜେଟ ବୋଇଙ୍ଗ -୭୩୭ ଏବଂ Q୪୦୦ ବିମାନ ବ୍ୟବହାର କରିବ । ଏହି ବିମାନଗୁଡ଼ିକର ଭଡା ଦାମ୍ ମଧ୍ୟ ସ୍ଥିର କରାଯାଇଛି । କମ୍ପାନୀ କହିଛି ଯେ, ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ଏହାର ନୂତନ ବିମାନର ଭଡା ଯୁକ୍ତିଯୁକ୍ତ ରଖାଯାଇଛି, ଯାହା ସମସ୍ତେ ଦେଇପାରିବେ । କମ୍ପାନୀ କହିଛି ଯେ ନୂଆ ସହରରେ ବିମାନ ସେବା ଆରମ୍ଭ ହେବା ସହିତ ସେହି ସହରଗୁଡ଼ିକ ମଧ୍ୟରେ ସଂଯୋଗ ବୃଦ୍ଧି ପାଇବ, ଯାହା ସେଠାରେ ରହୁଥିବା ଲୋକଙ୍କ ଜୀବନଧାରଣ ଉପରେ ପ୍ରଭାବ ପକାଇବ ।

Get real time updates directly on you device, subscribe now.